ଆସନ୍ତା ୪୮ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ଦକ୍ଷିଣ ଓ ଉପକୂଳ ଓଡିଶାରେ ୨ ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା

490

କନକ ବ୍ୟୁରୋ: ଉତ୍ତର ପଶ୍ଟିମ ବଙ୍ଗୋପସାଗର ଉପରେ ଓଡିଶା ଉପକୂଳକୁ ଲାଗି ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ୪୮ ଘଂଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଆସନ୍ତା ୨ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ବିଶେଷ କରି ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ । ତେବେ ଚାଷୀଙ୍କ ଲାଗି ଏହି ଲଘୁଚାପ ସେତେଟା ସହାୟକ ନହୋଇପାରେ । କାରଣ, ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଲେ ମଧ୍ୟ ଏହା ବଡ ଧରଣର ବର୍ଷା କରାଇବ ନାହିଁ । ତେବେ ଏହି ସମୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ।

ଆଂଚଳିକ ପାଣିପାଗ ପୂର୍ବାନୁମାନ କରିଛି ଯେ, ଆଜି ପୁରୀ, ଖୋର୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ‌ତେବେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗରେ ପରିବର୍ତନ ଆସିବ।