ଆଜି ପବିତ୍ର ରାମ ନବମୀ : ଦେବାଳୟରେ ଭକ୍ତଙ୍କ ଭିଡ

103

କନକ ବ୍ୟୁରୋ : ଆଜି ପବିତ୍ର ରାମ ନବମୀ । ପୁରୁଷୋତମ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଜନ୍ମ ତିଥି । ଦେଶର ବିଭିନ୍ନ ଦେବାଳୟ ବିଶେଷ କରି ରାମ ମନ୍ଦିର ଗୁଡିକରେ ଆଜି ସ୍ପତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ପାପୀ, ଅତ୍ୟାଚାର. ଋାକ୍ଷସ ରାବଣକୁ ବଧ କରି ଧର୍ମ ନ୍ୟାୟ ସହ ପ୍ରତିଷ୍ଠା କରିଥିଲେୂ ରାମରାଜ୍ୟ । ହିନ୍ଦୁ ଧର୍ମାବଲମ୍ବୀ ଆଜିର ଦିନକୁ ବେଶ ନିଷ୍ଠାର ସହ ପାଳନ କରୁଛନ୍ତି । ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଆଜି ସ୍ୱତନ୍ତ୍ର ରୀତିନିତିରେ ପୂଜା ଚାଲିଥିବା ବେଳେ ଭକ୍ତଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଶ୍ରଦ୍ଧାଳୁ ଆବେଗ ସହ ଭଗବାନ ଶ୍ରୀରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି । ଦେବ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।ଭୁବନେଶ୍ୱରର ରାମ ମନ୍ଦିରରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଛି ।

ଦେଖନ୍ତୁ ଏହି ଭିଡିଓ –