ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ! ଭାଇ ହାତରେ ରାକ୍ଷୀ ବାନ୍ଧିବା ସହ ମଙ୍ଗଳା କାମନା କରିଥାଏ ଭଉଣୀ, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗହ୍ମାପୂର୍ଣ୍ଣିମା ନୀତି

412
କନକ ବ୍ୟୁରୋ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜିର ଦିନରେ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରୀ ମଜବୁତ କରିଥାନ୍ତି । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ । ହସଖୁସି ଓ ଆନନ୍ଦ ଉଲ୍ଲାସରେ ଆଜି ସାରା ଦେଶରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଏହି ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳନ ହୋଇ ଆସୁଛି । ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଲେ ଭଉଣୀର ସବୁ ଦୁଃଖ ବିପଦରେ ସାହା ହେବ ବୋଲି ଆଶାରଖି ଥାଏ । ଭାଇ ମଧ୍ୟ ସେହି ଦିନ ପ୍ରତିଜ୍ଞା ବଦ୍ଧ ହୁଏ, ଭଉଣୀକୁ ସୁରକ୍ଷା ଦେବା ପାଇଁ ।
source : Hindustan

ସେପଟେ ଆଜି ଶ୍ରୀମନ୍ଦିରରେ ବି ଗହ୍ମାପୂର୍ଣ୍ଣିମା ପାଳନ କରାଯିବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରାକ୍ଷୀ ଲାଗି କରାଯିବ । ପାରମ୍ପରିକ ପାଟରାସେବକଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ବି ହେବ । ବଳଭଦ୍ରଙ୍କ ଜନ୍ମୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଇଛି ।