ଆଜି ଓଡିଶା ଗସ୍ତରେ ଆସିବେ ଏନଏଚଏଆଇ କର୍ତୃପକ୍ଷ : ରାଜ୍ୟ ସରକାରଙ୍କ ସହ ବର୍ଦ୍ଧିତ ଟୋଲ ଆଦାୟ ପ୍ରସଙ୍ଗରେ ହେବ ଆଲୋଚନା

26

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ଓଡିଶା ଆସିବେ ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷର ନିର୍ଦେଶକ । ଏହି ଅବସରରେ ରାଜ୍ୟ ସରକାରଙ୍କ ସହିତ ଟୋଲଗେଟ ଓ ବର୍ଦ୍ଧିତ ଟୋଲ ଆଦାୟ ପ୍ରସଙ୍ଗରେ ଆଲୋଚନା ହେବ । ଜୁନ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟୋଲ ଆଦାୟ ହେବାକୁ ଥିଲା । କିନ୍ତୁ ବସ ମାଲିକ ସଂଘର ବିରୋଧ ସହ ଟୋଲଗେଟରେ କେତେକ ଅସଂଗତି ଥିବା ଦର୍ଶାଇ ସରକାର ୪ ତାରିଖ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଥିଲେ । ଅନ୍ୟପଟେ ରାଜ୍ୟର ୫ଟି ଟୋଲଗେଟ୍ ଗାଇଡ ଲାଇନକୁ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା ପରିବହନ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି । ତେବେ ଆଜି ଏନଏଚଏଆଇ ନିର୍ଦେଶକଙ୍କ ସହ ଆଲୋଚନା ପରେ ଏନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଟିକସ ବୃଦ୍ଧିକୁ ଗ୍ରହଣ କରାଯିବ ନାହିଁ ଏବଂ ଆନ୍ଦୋଳନ କରାଯିବ ବୋଲି ବସ ମାଲିକ ସଂଘ କହିଛି । ବର୍ଦ୍ଧିତ ଟୋଲ ଆଦାୟ ହେଲେ ଯାତ୍ରୀଙ୍କ ଉପରେ ବୋଝ ହେବ । ଏହାକୁ ସଂଘ ବିରୋଧ କରୁଛି ବୋଲି ସଂଘ ପୂର୍ବରୁ କହିଛି ।