ଶ୍ରୀକ୍ଷେତ୍ରରେ ନେପାଳ ନରେଶ ! ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପର୍ବରେ ସାମିଲ ହେବେ ରାଜା ଜ୍ଞାନେନ୍ଦ୍ର

68

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପର୍ବରେ ସାମିଲ ହେବେ ରାଜା ଜ୍ଞାନେନ୍ଦ୍ର । ନେପାଳ ରାଜା ଗତ କାଲି ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ସେ ୧୧ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା କରିବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି ।

ଉଲ୍ଲେଖଥାଉ କି, ଓଡିଶାରେ ନେପାଳର ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହଦେବ । ରାଜ୍ୟର ସ୍ୱତନ୍ତ୍ର ଅତିଥି ଭାବେ ସେ ୧୨ ତାରିଖ ପର୍ଯ୍ୟନ୍ତ ରହିବେ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ନେପାଳ ନରେଶ । ଆଜି ପୁରୀ ଗୋବର୍ଦ୍ଧନ ପୀଠରେ ହେବାକୁ ଥିବା ଶଙ୍କରାଚାର୍ୟ୍ୟଙ୍କ ପଟ୍ଟାଭିଷେକ ଉତ୍ସବରେ ସେ ଯୋଗଦାନ କରିବେ । ଆସନ୍ତା ୧୧ ତାରିଖ ଦିନ ପୁରୀ ଶ୍ରୀମନ୍ଦିରରେ ନେପାଳର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କୁ ରତ୍ନସିଂହାସନରେ ପୂଜାର୍ଚନା କରିବେ ଜ୍ଞ୍ୟାନେନ୍ଦ୍ର ବୀରବିକ୍ରମ ଶାହଦେବ । ଏପରି ପୂଜା କରିବାର ଅଧିକାର କେବଳ ନେପାଳ ରାଜାଙ୍କର ରହିଛି । ସେହି ସମୟରେ ଶ୍ରୀମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିର ବନ୍ଦ ରହିବ । ଏକୁଟିଆ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଆରାଧନା କରିବେ ନେପାଳ ରାଜା । ଦୀର୍ଘ ୧୫ ବର୍ଷ ପରେ ଇତିହାସର ପୁନରାବୃତି ହେବାକୁ ଯାଉଛି । ନେପାଳ ନରେଶ ଜ୍ଞ୍ୟାନେନ୍ଦ୍ର ବୀରବିକ୍ରମ ଶାହ ଦେବ ରତ୍ନ ସିଂହାସନରେ ଚଢି ପୂଜାର୍ଚ୍ଚନା କରିବାକୁ ଯାଉଛନ୍ତି । ଏଥିପାଇଁ ଓଡିଶା ଆସିଛନ୍ତି ନେପାଳର ରାଜା । ୧୨ ତାରିଖ ଯାଏ ସେ ଓଡିଶାରେ ରହିବେ । ତାଙ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରାଯାଇଛି ।

୧୧ ତାରିଖ ପୂର୍ବାହ୍ନ ୧୧ଟାବେଳେ ସେ ଶ୍ରୀମନ୍ଦିରର ପ୍ରବେଶ କରି ପୂଜାର୍ଚ୍ଚନା କରିବେ । ଏଥିପାଇଁ ଶ୍ରୀମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିରରେ ତାଲା ପଡିବ । ନେପାଳର ପାରମ୍ପରିକ ବେଶରେ ସେ ପୁରୀ ଗଜପତି ମହାରାଜଙ୍କ ଭଳି ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିବେ ଓ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ନେପାଳ ନରେଶଙ୍କ ପୁରୀ ଗସ୍ତକୁ ନଜରରେ ରଖି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।