କନକ ବ୍ୟୁରୋ: ଆଜି ବାଲେଶ୍ୱରଠାରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜକୁ ଲୋକାର୍ପିତ କରିବେ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ମେଡିକାଲ କଲେଜର ନାମକରଣ କରାଯାଇଛି । ଏହି ମେଡିକାଲ କଲେଜ ବାଲେଶ୍ୱର ଜିଲ୍ଲା ସମେତ ଆଖପାଖ ଅଂଚଳର ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ।
ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ପରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଧାରା ଆରମ୍ଭ ହୋଇଛି । ଗତବର୍ଷ କୋରାପୁଟ ଓ ମୟୂରଭଞ୍ଜରେ ଦୁଇଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା । ସେହିପରି ଗତ ଅଗଷ୍ଟ ୩୧ ତାରିଖରେ ବଲାଙ୍ଗୀର ଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହୋଇଛି । ଆଗକୁ ରାଜ୍ୟରେ ଆହୁରି ୫ଟି ନୂଆ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Baleswar.jpg)
/kanak/media/post_attachments/wp-content/uploads/2018/09/vlcsnap-2018-09-03-09h18m59s583-300x220.png)