ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ! ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

202

କନକ ବ୍ୟୁରୋ : ଆଜି ଗାନ୍ଧି ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୪୮ ତମ ଜନ୍ମତିଥି । ଏହି ଅବସରରେ ବାପୁଜୀଙ୍କ ସ୍ମୃତିରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦିଲ୍ଲୀ ରାଜଘାଟ ସ୍ଥିତ ଗାନ୍ଧିଜୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସହ ଆହୁରି ଅନେକ ନେତା ଓ ମନ୍ତ୍ରୀ ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।

modiଗାନ୍ଧି ଜୟନ୍ତୀ ସହ ଆଜି ଶାସ୍ତ୍ରୀ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମତିଥି ଅବସରରେ ଦିଲ୍ଲୀ ବିଜୟଘାଟ ସ୍ଥିତ ଶାସ୍ତ୍ରୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି । ଡକ୍ଟର ମନମୋହନ ସିଂହ, ଲାଲକୃଷ୍ଣ ଆଡଭାନୀଙ୍କ ସହ ଅନେକ ବିଶିଷ୍ଟ ନେତା ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ।

naveenଏପଟେ ଆଜି ରାଜ୍ୟରେ ବି ପାଳିତ ହୋଇଛି ଗାନ୍ଧିଜୟନ୍ତୀ । ବିଧାନସଭାରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ରାଜ୍ୟପାଳ ଏସ.ସି. ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି । ଏହି ଅବସରରେ ବହୁ ମନ୍ତ୍ରୀ ଓ ନେତା ଉପସ୍ଥିତ ରହି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ମହାତ୍ମା ଗାନ୍ଧିଙ୍କ ସ୍ମୃତିରେ ଏକ ସଭା ଆୟୋଜିତ ହୋଇଛି । ବହୁ ସଂଖ୍ୟାରେ ସ୍ୱାଧିନତା ସଂଗ୍ରାମୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।