ଶେଷ ହେଲା ସିଜେଆଇ ଗୋଗଇଙ୍କ କାର୍ଯ୍ୟକାଳ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଆଜି ନେବେ ଅବସର

255

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଆଜି ଅବସର ଗ୍ରହଣ କରୁଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥାନର ମୁଖ୍ୟ ହିସାବରେ ତାଙ୍କରି କାର୍ଯ୍ୟକାଳରେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି ସେ । ତିନିତଲାକ୍, ଆଧାର ମାମଲା, ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ , ଅଯୋଧ୍ୟା ବାବ୍ରୀ ମସଜିଦ୍ ବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଆସିଥିଲା । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ସେ ପଦଭାର ସଂଭାଳିଥିଲେ । ଆଜି ଏହି ପ୍ରଧାନ ବିଚାରପତି ପଦରୁ ସେ ଅବସର ଗ୍ରହଣ କରିବେ । ଏହା ସହିତ ଦେଶର ନୂଆପ୍ରଧାନ ବିଚାରପତି ଭାବେ ପଦଭାର ଗ୍ରହଣ କରିବେ ଜଷ୍ଟିସ୍ ଅରବିନ୍ଦ ଶରଦ ବୋବଡେ ।

ରାଷ୍ଟ୍ରପତି ତାଙ୍କୁ ନୂତନ ପ୍ରଧାନ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ଦେବେ । ଆଜି ରବିବାର ଛୁଟି ଦିନ ଥିବାରୁ ଆସନ୍ତାକାଲି ଜଷ୍ଟିସ୍ ବୋବଡେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତେବେ ଅବସର ଗ୍ରହଣ କରିବା ପରେ ଗୋଗଇଙ୍କୁ ମିଳିବ ଜେଡ୍ ପ୍ଲସ ସୁରକ୍ଷା । ଆସାମରେ ଗୋଗୋଇଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ଆସାମର ଦିବ୍ରୁଗଡ ସ୍ଥିତି ପୈତୃକ ବାସଭବନ ଓ ଗୌହାଟୀରେ ଥିବା ବାସଭବନରେ ସୁରକ୍ଷା କଡାକଡି କରିବାକୁ ଆସାମ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି ।