କନକ ବ୍ୟୁରୋ : ଶାସକ ଦଳର ହୋହାଲ୍ଲା ଯୋଗୁଁ ଅଚଳ ହୋଇଗଲା ବିଧାନସଭା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଆଜି ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି ବିଜେଡି ବିଧାୟକ । ଫଳରେ ଗୃହକୁ ସୋମବାର ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ସେପଟେ ଭୁବନେଶ୍ୱରର ଜନତା ମୈଦାନରେ ନବୀନଙ୍କୁ ଟାର୍ଗେଟ୍ କରୁଥିଲେ ଅମିତ ଶାହା ଏପଟେ ବିଧାନସଭାରେ କେନ୍ଦ୍ର ବିରୋଧରେ ଗର୍ଜୁଥିଲା ବିଜେଡି । କହୁଥିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ବୃଦ୍ଧି କଲ ନାହିଁ । ଏବଂ ଏହି ପ୍ରସଙ୍ଗରେ ଗଠିତ ହାଉସ୍ କମିଟିକୁ କାହିଁକି ସମୟ ଦେଲେନାହିଁ ପ୍ରଧାନମନ୍ତ୍ରୀ।
ଏହି ହୋହାଲ୍ଲା ଭିତରେ ଅଚଳ ହୋଇପଡିଲା ବିଧାନସଭା ଏବଂ ବିଧାୟକକୁ ଧରି ଦଳ ବାହାରିଲା ରାଜଭବନ ଅଭିମୁଖେ । ରାଜ୍ୟପାଳଙ୍କୁ ଜଣାଇଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ କେନ୍ଦ୍ର ନୀତି ନିର୍ଦ୍ଧାରଣ କରୁ ।ସେପଟେ ମହାସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହୁଥିଲେ ଓଡିଶାକୁ ଅନୁଦାନ ଢାଳି ଦେଇଛି ମୋଦି ସରକାର ଆଉ ଏପଟେ କେନ୍ଦ୍ରକୁ ଟାର୍ଗେଟ୍ କରି ଧାନର ସର୍ବନିମ୍ନ ମୂଲ୍ୟ ମାଗୁଥିଲା ବିଜେଡି । ଏହାରି ଭିତରେ ଠପ୍ ହୋଇଯାଇଛି ବିଧାନସଭାର ଦ୍ୱିତୀୟ ଦିନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/assembly-1.jpg)