ଆଜି ସମ୍ବଲପୁରରେ ଗର୍ଜିବେ ଶାହା । ୪ ଟି ଲୋକସଭା କ୍ଷେତ୍ରର ବୁଥସ୍ତରୀୟ କର୍ମକର୍ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେ ଗୁରୁମନ୍ତ୍ର

ଆଜି ସମ୍ବଲପୁର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

69

କନକ ବ୍ୟୁରୋ : ଆଜି ସମ୍ବଲପୁର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସମ୍ବଲପୁର ଧନକଉଡା ପଡିଆରେ ଆୟୋଜିତ ବିଜେପି ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହା । ୪ଟି ଲୋକସଭା ଆସନର ବୁଥ ଲେବଲ କାର୍ଯ୍ୟକର୍ତାଙ୍କ ଠାରୁ ସମସ୍ତ ପଦାଧୀକାରୀଙ୍କ ସହ ଅମିତ ସିଧାସଳଖ କଥା ହେବେ । ଆଜି ଦିନ ପ୍ରାୟ ୧୧ଟା ୧୫ ମିନିଟରେ ଝାରସୁଗୁଡାରେ ଏୟାରପୋର୍ଟରେ ପହଁଚିବା ପରେ ସେଠାରୁ ହେଲିକପ୍ଟରରେ ମନ୍ଦଲିଆ ପଡିଆରେ ପହଁଚି ପ୍ରଥମେ ମା ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରେ ସଭାସ୍ଥଳକୁ ଯିବେ ।

ସମ୍ବଲପୁର, ବରଗଡ, ଢେଙ୍କାନାଳ ଏବଂ ସୁନ୍ଦରଗଡର ପଦାଧୀକାରୀ ଓ କର୍ମୀଙ୍କୁ ମିଶନ ୨୦୧୯ର ମନ୍ତ୍ର ଦେବେ । ତେବେ ପୂର୍ବରୁ ମଧ୍ୟ ଶାହା ଅନେକ ଥର ଓଡିଶା ଗସ୍ତରେ ଆସିଛନ୍ତି । ପୂର୍ବରୁ କଟକରେ ଦଳୀୟ ସମାବେଶରେ ଯୋଗ ଦେଇଥିଲେ ଅମିତ ଶାହା । ତେବେ ସାଧାରଣ ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ବାକି ଥିବାରୁ ଶାହା ଓଡିଶା ଗସ୍ତରେ ଆସିବା ସହ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ ।