କନକ ବ୍ୟୁରୋ : ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟଡାଉନର ଆଜି ଦ୍ୱିତୀୟ ଦିନ । ସଟଡାଉନ ଯୋଗୁଁ ସହରର ରାସ୍ତାଘାଟ ଶୂନଶାନ ରହିଛି । ଛାରିଆଡେ ନିସ୍ତବ୍ଧ । ନିର୍ଦ୍ଧିଷ୍ଟ ଔଷଧ ଦେକାନକୁ ଛାଡି ସହରର ସବୁ ଦୋକାନ ବଜାର ବନ୍ଦ ରହିଛି । ସେହିପରି କେବଳ ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ଓ ଆଉ କେତେକ ଜରୁରୀକାଳିନ ସେବା ଯୋଗାଉଥିବା କର୍ମଚାରୀ ଘରୁ ବାହାରକୁ ବାହାରିଛନ୍ତି ।
ଅନ୍ୟମାନଙ୍କୁ ଘରୁ ବାହାରକୁ ନବାହା
ରିବାକୁ କୁହାଯାଇଛି । ଏପରିକି ଏହି ସମୟରେ ଘରୁ ପଦାକୁ ବାହାରିଲେ ସେମାନଙ୍କୁ ଧରି ନେଇ ବାଧ୍ୟତାମୂଳକ ଭାବେ କ୍ୱାରେନଟାଇନରେ ପଠାଇ ଦେଉଛି ପୋଲିସ୍ । ଗତକାଲି ଏଭଳି କିଛି ଅମାନିଆ ଯୁବକଙ୍କୁ ବିଭିନ୍ନ ସ୍ଥାନରୁ ଧରି କ୍ୱାରେନଟାଇନରେ ପଠାଇ ଦେଇଥିଲା ପୋଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/india-fights-covid-19-odisha-govt-to-impose-lockdown-in-bhubaneswar-bhadrak-starting-from-8-pm-tonight.jpg)