ସହରର ନାଁ ବଦଳିଥିଲା, ଏବେ ହାଇକୋର୍ଟର ନାଁ ବଦଳିବ! ସଂସଦରେ ମୋଦି ସରକାର ଆଣିପାରନ୍ତି ବିଧେୟକ

128

ସହର ଓ ରେଲୱେ ଷ୍ଟେସନର ନାମ ପରିବର୍ତ୍ତନର ଟ୍ରେଣ୍ଡ ଏବେ ଚାଲିଥିବା ବେଳେ ଏବେ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ମାଡ୍ରାସ, କାଲକାଟା ଓ ବମ୍ବେ ଐତିହାସିକ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ସରକାର ସଂସଦରେ ନୂଆ ବିଧେୟକ ବିଲ୍ ଆଗତ କରିପାରନ୍ତି । କାରଣ ପୂର୍ବରୁ ଯେଉଁ ଏହି ୩ ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ୨୦୧୬ରେ ଯେଉଁ ବିଧେୟକ ଆସିଥିଲା ସେଥିରେ ସଂଶୋଧନ କରିବାର ଆବଶ୍ୟକତା ରହିଥିଲା ।

ଏହି ବିଧେୟକରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ନାମ ପରିବର୍ତ୍ତନ କରି ଚେନ୍ନାଇ ଉଚ୍ଚ ନ୍ୟାୟାଳୟ କରାଯାଇଥିଲା । କିନ୍ତୁ ତାମିଲନାଡୁ ସରକାର ଚେନ୍ନାଇ ହାଇକୋର୍ଟ ବଦଳରେ ତାମିଲନାଡୁ ହାଇକୋର୍ଟ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ । କିନ୍ତୁ ହାଇକୋର୍ଟଗୁଡ଼ିକର ନାଁ ବଦଳି ନାହିଁ ।ସେହିପରି ସରକାର କାଲକାଟା ହାଇକୋର୍ଟକୁ କୋଲକତା ହାଇକୋର୍ଟ କରିବାକୁ ଚାହୁଁଥିଲେ ମଧ୍ୟ ହାଇକୋର୍ଟ ସେଥିପାଇଁ ଇଚ୍ଛୁକ ନାହାନ୍ତି । ଏସବୁ ଦୃଷ୍ଟିରେ ରଖି ସରକାର ଉକ୍ତ ବିଲରେ କେତେକ ସଂଶୋଧନ କରି ତାହାକୁ ସଂସଦରେ ଆଗତ କରିବେ ।

ଏହି ୩ ହାଇକୋର୍ଟର ନାମ ଏଥିପାଇଁ ପରିବର୍ତ୍ତନ କରାଯିବା ପଛର ମୁଖ୍ୟ କାରଣ ହେଉଛି ବମ୍ବେ, ମାଡ୍ରାସ ଓ କାଲକାଟାର ନାମ ବହୁ ବର୍ଷ ପୂର୍ବେ ବଦଳି ଯଥାକ୍ରମେ ମୁମ୍ବାଇ, ଚେନ୍ନାଇ ଓ କୋଲକତା ହୋଇସାରିଛି । କିନ୍ତୁ ହାଇକୋର୍ଟଗୁଡ଼ିକର ନାଁ ବଦଳି ନାହିଁ । ତେଣୁ ଐତିହାସିକ ୩ ହାଇକୋର୍ଟଙ୍କର ନାମ ପରିବର୍ତ୍ତନ କରିବାକୁ ସଂସଦରେ ବିଧେୟକ ଅଣାଯାଇଥିଲା ।