ମହିଳା ଜିଳ୍ଲାପାଳ କଲେ ପ୍ରଂଶନୀୟ କାମ : ଝିଅକୁ ପ୍ରାଇଭେଟ୍ ସ୍କୁଲ ବଦଳରେ ପଠାଇଲେ ଅଙ୍ଗନବାଡି କେନ୍ଦ୍ର

847

ଆମ ସମାଜରେ ଯେବେ ଉଚ୍ଚ ବର୍ଗର ଲୋକ ନିଜ ଶିଶୁକୁ ଅଧିକାଂଶ ସୁଖ ସୁବିଧା ଥିବା ପ୍ଲେ-ସ୍କୁଲ ଓ ମହଙ୍ଗା ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ାଇବା ପାଇଁ ଚାହାଁନ୍ତି । ଏମିତିରେ ଯଦି କୌଣସି ଆଇଏଏସ ଅଫିସର ନିଜ ଝିଅର ନାଁ ସରକାରୀ ଅଙ୍ଗନବାଡି ସ୍କୁଲରେ ଲେଖାଉଛନ୍ତି, ତେବେ ତାହା ଏକ ନଜର ପକାଇବା ଭଳି ବିଷୟ ହୋଇପାରେ । ଏମିତି ହିଁ କିଛି କରିଛନ୍ତି ତାମିଲନାଡୁର ତିରୁନେଲବେଲୀ ଜିଲ୍ଲାର ଜିଳ୍ଲାପାଳ । ଜିଲ୍ଲା କଲେକ୍ଟର ନିଜ ଝିଅକୁ ଅଙ୍ଗନବାଡି କେନ୍ଦ୍ର ପଠାଇ ଉଚ୍ଚ ଶିକ୍ଷାଧିକାରୀ ଓ ଉଚ୍ଚ ଆୟ ବର୍ଗର ଲୋକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ଶିଳ୍ପା ପ୍ରଭାକର ସତୀଶ ଏହି ଜିଲ୍ଲାର ପ୍ରଥମ ମହିଳା କଲେକ୍ଟର ଓ ଅଙ୍ଗନବାଡି କେନ୍ଦ୍ରର ବଡ ସମର୍ଥକ । ତାଙ୍କ କହିବାନୁସାରେ, ଅଙ୍ଗନବାଡି ‘ନିରନ୍ତର ବାଳ ବିକାଶ କେନ୍ଦ୍ର’ ହୋଇଥାଏ । ଯେଉଁଠି ପିଲାଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି । କଲେକ୍ଟରଙ୍କ ଏହି ପଦକ୍ଷେପ ଦ୍ୱାରା ତାଙ୍କର ସବୁଠି ପ୍ରଂଶସା ହେଉଛି ।

 

ଯେତେବେଳେ ଜିଲ୍ଲାପାଳଙ୍କୁ ପଚରାଗଲା କି, ସେ କାହିଁକି ଅଙ୍ଗନବାଡି କେନ୍ଦ୍ରରେ ତାଙ୍କର ଝିଅର ନାଁ ଲେଖାଇଛନ୍ତି । ସେ କହିଲେ କି, “ଆମେ(ସରକାର) ହିଁ ଅଙ୍ଗନବାଡି କେନ୍ଦ୍ରକୁ ପ୍ରୋତ୍ସାହିତ କରୁ । ମୁଁ ଚାହେଁ କି ମୋ ଝିଅ ସମାଜର ସମସ୍ତ ବର୍ଗର ପିଲାଙ୍କ ସହ ସମୟ ଅତିବାହିତ କରୁ ଓ ତାମିଲ ଭାଷା ଶୀଘ୍ର ଶିଖୁ ।”

ଜିଲ୍ଲାପାଳ ଶିଳ୍ପା କହିଛନ୍ତି କି, ତାଙ୍କ ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ସୁବିଧା ଅଛି । ଏହା ତାଙ୍କ ଘର ପାଖରେ ଅଛି । ତାଙ୍କ ଝିଅ ଲୋକଙ୍କ ସହ ମିଶେ ଓ ସେଇଠି ଖେଳେ । ଏଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଭଲ ଭଲ ଶିକ୍ଷକ ଅଛନ୍ତି, ଯିଏ ଶିଶୁଙ୍କ ଦେଖରେଖ କରିବାରେ ସକ୍ଷମ ଅଛନ୍ତି ଓ ଆଧାରଭୂତ ଢ଼ାଂଚା ତଥା ଖେଳ ସାମଗ୍ରୀ ବି ଅଛି ।