ଥକ୍କାପଣକୁ ଅବହେଳା କରନ୍ତୁ ନାହିଁ ! ହୋଇପାରେ ଏହି ସମସ୍ୟା । 

36

ବ୍ୟସ୍ତବହୁଳ ଜୀବନରେ କାମର ଚାପ ରହୁଥିବାରୁ ଥକ୍କାପଣ ଅନୁଭବ ହେବା ଏକ ସାଧାରଣ କଥା । କିନ୍ତୁ ଏହି ଥକ୍କାପଣ ଶୋଇବା ପରେ, ଚା’ପିଇବା ପରେ ମଧ୍ୟ ଯଦି ଯାଉନାହିଁ ତେବେ ଏହା କ୍ରୋନିକ୍ ଫାଟିଗ୍ୟୁ ସିନଡ଼୍ରମର ଲକ୍ଷଣ ବୋଲି ଜାଣି ନିଅନ୍ତୁ । ଯଦି ଶରୀରରେ ଏହି ସମସ୍ୟାର ସୃଷ୍ଟି ହୋଇଥାଏ ତେବେ ସାରାଦିନ ଗୋଟେ ଲୋକକୁ ଥକ୍କାପଣ ଅନୁଭବ ହୋଇଥାଏ । ଯାହାର ପ୍ରଭାବ ମଣିଷର ଶାରୀରିକ ଏବଂ ମାନସିକ ଅବସ୍ଥା ଉପରେ ପଡ଼ିଥାଏ । ଡ଼ାକ୍ତରଙ୍କୁ ଦେଖାଇ ଏଥି ପାଇଁ ଓଷଧ ନେବା, ବ୍ୟାୟାମ କରିବା ଦ୍ୱାରା ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ । କିନ୍ତୁ କିଛି ଲୋକ ନିଜ ଶରୀରରେ ଏହି ସବୁ ଲକ୍ଷଣକୁ ଦେଖି ମଧ୍ୟ ଏହାର କୌଣସି ଚିକିତ୍ସା କରନ୍ତି ନାହିଁ । ଯାହା ଆଗକୁ ଯାଇ ଭୟଙ୍କର ରୂପ ନେଇଥାଏ । ଆସନ୍ତୁ ଜାଣିବା ଏହି ଲକ୍ଷଣକୁ ଅଣଦେଖା କରିବା ଦ୍ୱାରା ଶରୀରରେ କେଉଁ ସମସ୍ୟା ଦେଖା ଯାଇଥାଏ ।୧. ହୃଦଜନିତ ସମସ୍ୟା: ଦିନରେ କିଛି କାମ ନ କରି ଥକ୍କାପଣ ଅନୁଭବ କରୁଥିଲେ ଖୁବ୍ ଶୀଘ୍ର ଆପଣଙ୍କ ଶରୀରରେ ହୃଦଜନିତ ସମସ୍ୟା ଦେଖାଯିବ ବୋଲି ଜାଣି ନିଅନ୍ତୁ । ଏହି ସମସ୍ୟାକୁ ଦୂର କରିବା ପାଇଁ ନିଶାଦ୍ରବ୍ୟ ସେବନଠାରୁ ଦୂରରେ ରୁହନ୍ତୁ । ୩୦-୬୦ମିନିଟ୍ ପର୍ୟ୍ୟନ୍ତ ଏରୋବିକ୍ ବ୍ୟାୟାମ କରନ୍ତୁ ।

୨.ପ୍ରତିଦିନ ଥକ୍କାପଣ ଅନୁଭବ ହେଉଥିଲେ ଯକୃତ ଜନିତ ସମସ୍ୟା ଦେଖା ଯିବାର ଆଶଙ୍କା ବଢ଼ି ଯାଇଥାଏ । ଯକୃତ ଜନିତ ସମସ୍ୟା ହେବା ଦ୍ୱାରା ଜ୍ୱର ହେବା, କାଶ ହେବା, ଭୋକ ନ ଲାଗିବା ଏବଂ ଶରୀର ପୀଡ଼ା ଇତ୍ୟାଦି ଲକ୍ଷଣ ଦେଖା ଯାଇଥାଏ ।

୩.ଯଦି ଶରୀରରେ ଆନେମିଆରେ ସମସ୍ୟା ରହିଥାଏ ତେବେ ଦିନ ସାରା ଥକ୍କାପଣ ଅନୁଭବ ହୋଇଥାଏ । ଶରୀରର ଚର୍ମ ହଳଦିଆ ପଡ଼ିବା ସହ ଚିଡ଼ଚିଡ଼ାପଣର ଲକ୍ଷଣ ଦେଖାଯାଇଥାଏ ।

୪.୩୦-୪୦ବର୍ଷ ମଧ୍ୟରେ ହେଉଥିବା ଥକ୍କାପଣର କାରଣ ଥାଇରଏଡ଼୍ ମଧ୍ୟ ହୋଇପାରେ । ଥାଇରଏଡ଼୍ ଗ୍ରନ୍ଥି ଟି୩ ଏବଂ ଟି୪ ଭଳି ହରମୋନ୍ ଶରୀରରେ ତିଆରି କରିଥାଏ । କିନ୍ତୁ ବୟସ ଗଡ଼ିବା ସହ ଏହି ହରମୋନ ପରିମାଣ ଶରୀରରେ କମ ହୋଇ ଯାଇଥାଏ । ଯାହା ଫଳରେ ଥକ୍କାପଣର ସମସ୍ୟା ଦେଖା ଯାଇଥାଏ ।