ଘରୋଇ ଉପାୟରେ କେଶକୁ ଦିଅନ୍ତୁ ଗାଢ କଳାରଙ୍ଗ ! ପ୍ରାକୃତିକ ଉପାୟରେ ଧଳା କେଶକୁ କରନ୍ତୁ କଳା ।

109

ଆଜିକାଲି କମ୍ ବୟସରେ କେଶ ପାଚିବା ଏକ ବଡ ସମସ୍ୟା ଭାବେ ଦେଖାଦେଇଛି । ଧଳା କେଶକୁ କଳା କରିବା ପାଇଁ ହେୟାର କଲର ଉପଯୋଗୀ କରାଯାଉଛି । ଫଳରେ ଏହାର ପ୍ରଭାବ କେଶ ଉପରେ ପଡୁଛି । ତେବେ ଆସନ୍ତୁ ଜାଣିବା ଗାଢ କେଶ ପାଇବା ପାଇଁ କ’ଣ କ’ଣ ଆବଶ୍ୟକ ।

– ଅଁଳା କେଶକୁ କଳା କରିବାରେ ସହାୟତା ହୋଇଥାଏ । ଅଁଳା ରସରେ ବାଦାମ ତେଲ ମିଶାଇ ଲଗାଇଲେ ଧଳା କେଶ କଳା ହାଇଥାଏ ।

– ଅଦା ରସରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ସପ୍ତାହରେ ଦୁଇ ଥର ଲଗାଇଲେ ଧଳା କେଶ କଳା ହୋଇଥାଏ । ପିଆଜ ରସ କେଶ ମୂଳରେ ଲଗାଇଲେ, କେଶ କଳା ଓ ଚମକଦାର ହୋଇଥାଏ ।

– ମେହେନ୍ଦି ଓ ମେଥିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ କିଛି ମାତ୍ରାରେ ଲହୁଣୀ ଏବଂ ନଡିଆ ତେଳ ମିଶାନ୍ତୁ । ଏହି ମିଶ୍ରଣ କେଶରେ ଲଗାଇଲେ ଖୁବ ଫଳପ୍ରଦ ହୋଇଥାଏ ।

– ନଡ଼ିଆ ତେଲରେ ଭୃସଙ୍ଗ ପତ୍ର ଓ ଅଁଳାକୁ ଗରମ କରନ୍ତୁ । ଏହି ତେଲକୁ ଥଣ୍ଡା କରି ମୁଣ୍ଡରେ ଲଗାଇବା ଦ୍ୱାରା ଧଳା କେଶରୁ ମୁକ୍ତି ଦେଇଥାଏ।

– କେଶରେ ପ୍ରତିଦିନ ସୋରିଷ ତେଲ ଲଗାନ୍ତୁ । କେଶ କଳା ରହିବ ।

– ଧଳା କେଶକୁ ପ୍ରତିଦିନ ବ୍ଲାକ କଫି ବା ବ୍ଲାକ ଟି’ରେ ଧୋଇଲେ କେଶର ରଙ୍ଗ କଳା ହୋଇଥାଏ ।