ପଲଟିଲା କେସ୍ । ଅଭିଯୋଗକାରୀ ଯୁବକଙ୍କୁ ଜେଲ ପଠାଇଲା, ଯୁବତୀଙ୍କୁ ସେକ୍ସନ ୪୧ରେ ନୋଟିସ କରି ଛାଡିଦେଲା ପୋଲିସ ।

1,205

କନକ ବ୍ୟୁରୋ : ପଲଟିଲା କେସ୍ । ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ଅଭିଯୋଗକାରୀଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେଲ ପଠାଇଛି ପୋଲିସ । କେବଳ ଯେ ଅଭିଯୋଗକାରୀ ବ୍ୟାଙ୍କ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରାଯାଇଛି ତାହା ନୁହେଁ ବରଂ ଯୁବତୀଙ୍କ ୩ ସହଯୋଗୀଙ୍କୁ ମଧ୍ୟ ଜେଲ ପଠାଯାଇଛି ।

ପୂର୍ବରୁ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଯୁବତୀଙ୍କୁ ଥାନାରୁ ଜାମିନ ଦେଇଛି ପୋଲିସ । ସେକ୍ସନ ୪୧ରେ ନୋଟିସ କରି ଯୁବତୀଙ୍କୁ ଛାଡିଛି ପୋଲିସ । ପୂର୍ବରୁ ଏହି କେସରେ ଯୁବତୀଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ଓ ଅପହରଣ ଦଫା ଲଗାଇଥିଲା ଲଗାଇଥିଲା ପୋଲିସ ।

କଣ ଥିଲା ପୂରା ଘଟଣା :
ଟିଣ୍ଡର ଡେଟିଂ ଆପ୍ । ସୋସିଆଲ୍ ମିଡିଆର ଏହା ଏପରି ଏକ ଆପ୍ଲିକେସନ୍ ଯେଉଁଠି ଚାଟିଂ, ଡେଟିଂ କରନ୍ତି ଯୁବକ-ଯୁବତୀ । ତେବେ ଏବେ ଏହା ପାଲଟିଛି ବ୍ଲାକ୍ ମେଲିଂର ବଡ଼ ମାଧ୍ୟମ । ଏମିତି ଏକ ମାମଲା କମିସନରେଟ୍ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଜଣେ ଯୁବତୀଙ୍କ ବିରୋଧରେ ଜଣେ ଯୁବକ ଅଭିଯୋଗ କରିଥିଲେ, ତାଙ୍କୁ ଅପହରଣ କରାଯାଇ, ନିର୍ୟାତନା ଦିଆଯାଇଛି । ତାଙ୍କୁ ଟଙ୍କା ନେଇଛନ୍ତି ଯୁବତୀ । ସେପଟେ ଯୁବତୀ ଅଭିଯୋଗ ଆଣିଥିଲେ, ତାଙ୍କୁ ନିଶା ନେଇ ଦୁଷ୍କର୍ମ କରାଯାଇଛି । ଦୁହିଁଙ୍କ ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ଟି ମାମଲା ରୁଜୁ କରିଥିଲା ।