କନକ ବ୍ୟୁରୋ : ଠିକ୍ ସମୟରେ ପୁଲିସ୍ ଓ ଚାଇଲ୍ଡ ଲାଇନ୍ ଅଧିକାରୀ ପହଂଚିବାରୁ ଅଟକିଲା ନାବାଳିକା ବିବାହ । କଟକ ଖାନନଗର ଅଂଚଳରେ ଏଭଳି ଏକ ଘଟଣା ଘଟିଛି । ସୂଚନା ମୁତାବକ ଖାନନଗର ଅଂଚଳର ଜଣେ ନାବାଳିକାଙ୍କ ବିବାହ ରାଣୀହାଟ ଅଂଚଳର ଜଣେ ଯୁବକଙ୍କ ସହ କରାଯିବା ନେଇ ସବୁକିଛି ପ୍ରସ୍ତୁତି ସରିଥିଲା ।
ତେବେ ଖବର ପାଇ ଚାଇଲ୍ଡ ଲାଇନ ଅଧିକାରୀ ଓ ପୁଲିସ୍ ସେଠାରେ ପହଂଚି ବାହାଘର ରୋକିଥିଲେ । ଏହାସହ ନାବାଳିକାଙ୍କ ବାପାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ନାବାଳିକା ଝିଅର ବିବାହ କରାଇବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ପରେ ପୁଲିସ୍ ତାଙ୍କୁ ଛାଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/MARRIAGE.jpg)