ସୋସିଆଲ ମିଡିଆରେ ଟିକଟକ୍ ଆପ୍ ସବୁଠୁ ଲୋକପ୍ରିୟ ଆପ୍ ହୋଇଛି । ଟିକଟକ ୟୁଜର୍ସଙ୍କ ସଂଖ୍ୟା ୧.୫ ଅରବରେ ପହଁଚିଛି । ଆପ୍ ଷ୍ଟୋର ସହିତ ଗୁଗଲ ପ୍ଲେ ଷ୍ଟୋରରେ ଟିକଟକକୁ ୧.୫ ଆରବ ଥର ଡାଉନଲୋଡ କରାଯାଇଛି । ଭାରତରେ କେବଳ ୪୬.୬୮ କୋଟି ଥର ଡାଉନଲୋଡ କରାଯାଇଥିବା ବେଳେ, ଏହାର ଆକଳନ ପାଖାପାଖି ୩୧ ପ୍ରତିଶତ ରହିଛି । /kanak/media/post_attachments/wp-content/uploads/2019/11/TikTok-300x200.jpg)
ମୋବାଇଲ ଇଣ୍ଟେଲୋଜିସ ଫର୍ମ ଟାୱାର ମୁତାବକ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୬ ପ୍ରତିଶତରୁ ଅଧିକ ଆପକୁ ୬୧.୪ କୋଟି ଲୋକ ଡାଉନଲୋଡ କରିଛନ୍ତି ଏବଂ ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ଭାରତ । ୨୦୧୯ ରେ ଭାରତର ଅଧିକାଂଶ ଲୋକ ଏହାକୁ ବ୍ୟବହାର କରିଥିବା ଜଣାପଡିିଛି । ଚଳିତ ବର୍ଷ ୨୭.୭୬ କୋଟି ଲୋକ ଏହାକୁ ଡାଉନଲୋଡ କରିଛନ୍ତି । ଯାହା ବିଶ୍ୱôର ସମସ୍ତ ଡାଉନଲୋଡ ଆକଳନର ୪୫ ପ୍ରତିଶତ । ଲିଷ୍ଟରେ ଚୀନ ୪.୫୫ କୋଟି ଲୋକ ଡାଉନଲୋଡ କରି ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ୩.୭୬ କୋଟି ଡାଉନଲୋଡ ସହ ଆମେରିକା ତୃତୀୟ ସ୍ଥାନରେ ରହିଛି । ୬୧.୪ କୋଟି ଡାଉନଲୋଡ ସହିତ ଟିକଟକ ବର୍ତ୍ତମାନ ଚଳିତ ବର୍ଷର ତୃତୀୟ ସର୍ବାଧିକ ଡାଉନଲୋଡ ହୋଇଥିବା ନନ-ଗେମିଙ୍ଗ ଆପ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/tiktok-getty-images.jpg)