ବିଦେଶୀ ଜଙ୍ଗଲକୁ ଯିବେ ଭାରତୀୟ ବାଘ

37

ବିଦେଶୀ ଜଙ୍ଗଲକୁ ଯିବେ ଭାରତୀୟ ବାଘ । ଯେଉଁ ଦେଶରେ ବାଘ ନାହିଁ କିମ୍ବା କାଳକ୍ରମେ ବାଘ ବଂଶ ଲୋପ ପାଇବାକୁ ବସୁଛି, ସେହି ଦେଶଗୁଡିକୁ ବାଘ ଯୋଗାଇଦେବ ଭାରତ । ବାଘ ସଂଖ୍ୟା ବୃଦ୍ଧି ଉଦେ୍ଦଶ୍ୟରେ ଏଭଳି ଏକ ନିଷ୍ପତି ନିଆଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏସୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ବେଳେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭଡେକର । ବାଘ ନଥିବା ଦେଶ ଗୁଡ଼ିକରେ ଜଙ୍ଗଲ ଜନ୍ତୁଙ୍କ ବସତି ସୃଷ୍ଟି କରିବା ପାଇଁ ଭାରତ ଆଗ୍ରହୀ ଥିବା ସେ ପ୍ରକାଶ କରିଛନ୍ତି । ସ୍ପଳ୍ପ ବାଘ ଥିବା ଅଂଳଚରେ  ସଂଖ୍ୟା ବୃଦ୍ଧି, ବନ୍ୟପ୍ରାଣୀଙ୍କ ଅପରାଧ ରୋକିବାକୁ ରୋଡ୍ ମ୍ୟାପ୍, ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଆଦି ପାଇଁ ସଂପୃକ୍ତ ଦେଶ ଗୁଡ଼ିକ ରାଜି ହୋଇଛନ୍ତି । ଏହି କ୍ରମରେ କମ୍ବୋଡ଼ିଆ ସରକାର ଭାରତରୁ ୬ଟି ବାଘୁଣୀ ଓ ୨ଟି ବାଘ ନେବା ପାଇଁ ଭାରତ ସହ କଥା ହୋଇଥିବା କମ୍ବୋଡ଼ିଆ କୃଷି ଓ ଜଙ୍ଗଲ ମନ୍ତ୍ରୀ ସୂଚନା ଦେଇଛନ୍ତି ।