କ୍ୟାମେରାରେ କଏଦ୍ ହେଲା ମହାବଳ ବାଘ : ସୁନ୍ଦରଗଡ଼ ଲେଫ୍ରିପଡ଼ା ବନଖଣ୍ଡରେ ମହାବଳ ବାଘର ଚିତ୍ର ସାମ୍ନାକୁ ଆସିଛି

100

ସୁନ୍ଦରଗଡ଼ : କ୍ୟାମେରାରେ କଏଦ୍ ହେଲା ମହାବଳ ବାଘ । ସୁନ୍ଦରଗଡ଼ ଲେଫ୍ରିପଡ଼ା ବନଖଣ୍ଡରେ ଥିବା ଏକମାତ୍ର ମହାବଳ ବାଘର ଚିତ୍ର ସାମ୍ନାକୁ ଆସିଛି । ୱାଲଡ ଲାଇଫ୍ ଓ ବନବିଭାଗ ପକ୍ଷରୁ ଗତ ଫେବୃୟାରୀ ମାସରେ ହୋଇଥିବା ଗଣନାରେ ମହାବଳ ବାଘ ଥିବା ସ୍ପଷ୍ଟ ହୋଇଥିଲା । ବନ୍ୟଜନ୍ତୁଙ୍କ ପାଦ ଚିହ୍ନ ଆଧାରରେ ପ୍ରଥମେ ଏହା ଆକଳନ କରାଯାଇଥିବା ବେଳେ ଏହି ମହାବଳ ବାଘର ଚିତ୍ର ସାମ୍ନାକୁ ଆସିଛି । ସୁନ୍ଦରଗଡ଼ରେ ଗୋଟିଏ ମହାବଳ ବାଘ ଏବଂ ୧୨ଟି କଲରାପତରିଆ ବାଘ ଥିବା ଜଣାପଡ଼ିଛି ।୨୦୦୨ ଏବଂ ୨୦୦୪ ମସିହାରେ ହୋଇଥିବା ଗଣନାରେ ଜିଲ୍ଲାରେ ୫ରୁ ୬ଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା । ତେବେ ଏହା ବୃଦ୍ଧି ପାଇ ୧୨ରେ ପହଂଚିଛି ।