ବାରବାଟୀ ଟିକେଟ୍ ପାଇଁ ୧୨ଟି କାଉଣ୍ଟରର ବ୍ୟବସ୍ଥା । ପରିଚୟ ପତ୍ର ଦେଖାଇ ଟିକେଟ୍ ନେଇପାରିବେ ଦର୍ଶକ ।

292

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଉ କିଛି ଦିନ ପରେ ଅଫଲାଇନରେ ଟିକେଟ୍ କିଣିପାରିବେ ଦର୍ଶକ ।

ତେବେ ଟିକେଟ୍ କିଣିବା ପାଇଁ କ୍ରୀଡାପ୍ରେମୀଙ୍କ ଭିଡକୁ ନଜରରେ ରଖି ଟିକେଟ୍ ପାଇଁ ୧୨ଟି କାଉଣ୍ଟର କରାଯିବ ବୋଲି କହିଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ତେବେ ଯେଉଁମାନେ ଟିକେଟ୍ କିଣିବେ ସେମାନଙ୍କୁ ନିଜର ପରିଚୟ ପତ୍ର ଦେଖାଇବାକୁ ହେବ । ଆଉ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ନେଇପାରିବେ । ଏହା ସହ ପ୍ରତି ଗ୍ୟାଲେରୀରେ ହେଲ୍ପ ଡେସ୍କ ରଖିବା ନେଇ ସୂଚନା ଦେଇଛି ଓସିଏ ।