ରାତି ୯ଟା ଯାଏଁ ସର୍ତକ ରୁହନ୍ତୁ ! ଝଡ଼ବର୍ଷା ଓ ଘଡଘଡ଼ିକୁ ନେଇ ୮ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

29

କନକ ବ୍ୟୁରୋ : ଝଡ଼ବର୍ଷା ପାଇଁ ପୁଣି ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ । ରାଜ୍ୟର ୮ଟି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ନେଇ ସର୍ତକ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୯ଟା ଯାଏଁ ୮ଟି ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘଡଘଡି ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଝଡ଼ବର୍ଷା ପାଇଁ ସର୍ତକ ସୂଚନା ଜାରି କରାଯାଇଥିବା ୮ଟି ଜିଲ୍ଲା ଗୁଡିକ ହେଲା, କଳାହାଣ୍ଡି, ପୁରୀ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱର । ରାତି ୯ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବା ପାଇଁ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ ।