କୁଶଭଦ୍ରାରେ ବୁଡି ୩ ଛାତ୍ର ମୃତ । କ୍ଷତିପୂରଣ ଦାବୀ କରି ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

୪ ଲକ୍ଷ ଲେଖାଁଏ କ୍ଷତିପୂରଣ ପାଇଁ ବିଡିଓ ପ୍ରତିଶ୍ରୃତି ଦେବା ପରେ ହଟିଲା ଆନ୍ଦୋଳନ

112

କନକ ବ୍ୟୁରୋ: କୁଶଭଦ୍ରାରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ନିମାପଡ଼ାରେ ଗତକାଲି ଅପରାହ୍ନରେ ୩ଜଣ ଛାତ୍ର ପ୍ରହରାଜସାହି ନିକଟ କୁଣଭଦ୍ରା ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ନିମାପଡ଼ା ପୁଲିସ, ଅଗ୍ନିଶମ ବିଭାଗ ଏବଂ ଭୁବନେଶ୍ୱରର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଓଡ଼୍ରାଫ ଟିମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରି ୩ଜଣଙ୍କର ଶବକୁ ଉଦ୍ଧାର କରିଥିଲେ ।

ସଂପୃକ୍ତ ଛାତ୍ରମାନେ ହେଲେ ନିମାପଡାର ଯୁକ୍ତ ୩ର ଛାତ୍ର ଜ୍ୟୋତିରଞ୍ଜନ ସାହୁ, ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର କମଳଲୋଚନ ଜେନା ଓ ପୁରୀ ଅଂଚଳ ଯୁକ୍ତ-୩ ଛାତ୍ର ତେଜେଶ୍ୱର ମହାନ୍ତି । ଗତକାଲି ମୃତକଙ୍କ ପରିବାରକୁ ତିପୂରଣ ଦାବୀରେ ଉତ୍ୟେକ୍ତ ଲୋକେ ରାସ୍ତାରୋକ କରିଥିଲେ ।

ରାତି ୧୦ଟାରୁ ୨ଟା ଯାଏଁ ଆନ୍ଦୋଳନ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ବିଡ଼ିଓ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।