ଓଡ଼ିଶାର ଆଉ ୩ଟି ସହରରେ ଖୋଲିବ ପୋଷ୍ଟ ଅଫିସ୍ ପାସପୋର୍ଟ କେନ୍ଦ୍ର !

28

କନକ ବ୍ୟୁରୋ : ଓଡ଼ିଶାର ଆଉ ୩ଟି ସହରରେ ଖୋଲିବ ପୋଷ୍ଟ ଅଫିସ୍ ପାସପୋର୍ଟ କେନ୍ଦ୍ର । ବାଲେଶ୍ୱର, ବ୍ରହ୍ମପୁର ଏବଂ ଭବାନୀପାଟଣା ସହରରେ ଏହି ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର ଖୋଲିବା ନେଇ ସହମତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଚିଠି ଲେଖି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନେଇ ଅବଗତ କରିଛନ୍ତି । ପୂର୍ବରୁ ଏନେଇ ଏହି ୩ଟି ସହରରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବା ନେଇ ସୁଷମାଙ୍କୁ ଅନୁରୋଧ କରିଥିଲେ । ଏହା ପୂର୍ବରୁ ରାଜ୍ୟର ୩ଟି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିଛନ୍ତି କେନ୍ଦ୍ର ସରକାର ।