ସରିଲା ଖଣି ଜରିମାନା ଦେୟର ଡେଡଲାଇନ । ଆଜି ୭ଟା ଖଣି ବନ୍ଦ କଲେ ସରକାର

51

କନକ ବ୍ୟୁରୋ : ସରିଲା ଖଣି ଜରିମାନା ଦଖଲର ଅବଧି । ରାଜ୍ୟରେ ଚାଲୁରହିଥିବା ୭ଟା ଖଣିବନ୍ଦ କଲା ଖଣି ବିଭାଗ । ମୋଟ ୧୫୨ଟି ଖଣିକୁ ଜରିମାନା ଦେବା ପାଇଁ ନୋଟିସ ହୋଇଥିଲା ।  ଗତକାଲି ଅର୍ଥାତ ଡିସେମ୍ବର ୩୧ ଥିଲା ଜରିମାନା ପୈଠର ଡେଡଲାଇନ ।ଆସନ୍ତା ୪ରେ ଷ୍ଟାଟସ ରିପୋର୍ଟ ଦାଖଲ କରିପାରନ୍ତି ରାଜ୍ୟ ସରକାର ।

ସୁପ୍ରମିକୋର୍ଟଙ୍କ ଦ୍ୱାରା ଗଠିତ ସିଇସି ନିକଟରେ ଷ୍ଟାଟସ ରିପୋର୍ଟଦାଖଲ କରିପାରନ୍ତି । ମୋଟ ୨୦ ହଜାର କୋଟିରୁ ୯ ହଜାର କୋଟି ବି ମିଳିଲାନି । ୭୭ ବେଆଇନ ଖଣି ଖନନକାରୀ ସଂସ୍ଥା ଜରିମାନା ପୈଠ କରିନାହାନ୍ତି । ମାତ୍ର ୭୦ଟି ଖଣି ବେଆଇନ ଖଣି ଖନନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ୮୨୬୦ କୋଟି ଟଙ୍କରେ ଜରିମାନା ଦାଖଲ କରିଛନ୍ତି ।