ସୁବର୍ଣ୍ଣପୁର ଉଲୁଣ୍ଡା ମେଟାକାନି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମୁହଁମୁହିଁ ଧକ୍କା । ୩ ମୃତ, ୬ ଗୁରୁତର ।

196

କନକ ବ୍ୟୁରୋ : ସୁବର୍ଣ୍ଣପୁର ଉଲୁଣ୍ଡା ମେଟାକାନି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ ହୋଇଛି । ଛାତିଥରା ସଡକ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ସୋନପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ମୃତ ଏବଂ ଆହତଙ୍କ ପରିଚୟ ମିଳିପାରିନାହିଁ ।

ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ନେଇଛନ୍ତି । ସେପଟେ କଳାହାଣ୍ଡି ଏମ୍ ରାମପୁର କେନ୍ଦୁଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏକ ଘରୋଇ ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଲାଂଜିଗଡ଼ରୁ ଭୁବନେଶ୍ୱର ଆସୁଥିବା ଶାରଳା ବସ୍ କେନ୍ଦୁଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Comments are closed.