ମୋଦିଙ୍କ ସହ ଛାଇ ଭଳି ରହିଥାନ୍ତି ଏହି ମହିଳା ! ସାଧାରଣରେ ଉଠିଲା ପ୍ରଶ୍ନ, କିଏ ଏହି ମହିଳା ?

63

ଯେତେବେଳେ ବି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଇଥାନ୍ତି, ସେତେବେଳେ ଜଣେ ମହିଳା ତାଙ୍କ ସହ ନିଶ୍ଚିତ ଭାବରେ ନଜର ଆସନ୍ତି । ମୋଦିଙ୍କ ସହ ଏହି ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାଧାରଣରେ ପ୍ରଶ୍ନ ଉଠୁଛି ଏହି ମହିଳା ଜଣଙ୍କ କିଏ । କେବଳ ମୋଦି ନୁହନ୍ତି, ଏହି ମହିଳାଜଣକ ବାରାକ ଓବାମା, ଜଷ୍ଟିନ ଟ୍ରୁଡୋ. ଇନ୍ଦିରା ନୂରୀଙ୍କ ଭଳି ଭିଭିଆଇପିଙ୍କ ସହ ମଧ୍ୟ ନଜର ଆସିଛନ୍ତି । ତେବେ ଏହି ମହିଳାଙ୍କ ନାମ ହେଉଛି ଗୁରୁଦୀପ କୌର ଚାୱଲା । ଆମେରିକା ନିବାସୀ ଗୁରୁଦୀପ ଆମେରିକାନ ଟ୍ରାନ୍ସଲେଟର ଆସୋସିଏନ୍ର ସଦସ୍ୟ ଅଟନ୍ତି । ସେ ଇଣ୍ଟରପ୍ରିଟେସନ, ଟ୍ରାନ୍ସଲେସନ୍ ସମେତ ସୁପିରିୟର କୋର୍ଟ ଭାଷାର ମଧ୍ୟ ସଫଳ ଟ୍ରାନ୍ସଲେଟର ଅଟନ୍ତି ।

ଯେବେବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଯାଇଥାନ୍ତି, ଗୁରୁଦୀପ ସବୁବେଳେ ତାଙ୍କ ସହ ତାଙ୍କର ଅନୁବାଦକ ଭାବେ ଯାଇଥାନ୍ତି । ପିଏମ୍ ମୋଦି ହିନ୍ଦୀରେ ଭାଷଣ ଦେବା ପରେ ଗୁରୁଦୀପ ତାହାକୁ ଇଂରାଜୀରେ ଅନୁବାଦ କରିଥାନ୍ତି । ଯେପରିକି ବିଶ୍ୱର ଲିଡରମାନେ ମୋଦିଙ୍କ ଭାଷଣକୁ ବୁଝିପାରିବେ । ୨୦୧୦ ମସିହାରେ ଗୁରଦୀପ ଆମେରିକାର ତତକାଳୀନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ଇଣ୍ଟରପ୍ରିଟେଟର୍ ହୋଇ ଇଣ୍ଡିଆ ଆସିଥିଲେ । ଏପରିକି ୧୯୯୦ରେ ଗୁରୁଦୀପ କୌରଙ୍କୁ ସଂସଦ ଭବନରେ ଅନୁବାଦକ ପୋଷ୍ଟ ପାଇଁ ସିଲେକ୍ସନ କରାଯାଇଥିଲା । କିନ୍ତୁ ୧୯୯୬ରେ ସେ ଚାକିରି ଛାଡି ସ୍ୱାମୀଙ୍କ ସହ ଆମେରିକା ସିଫ୍ଟ ହୋଇଯାଇଥିଲେ ।