କନକ ବ୍ୟୁରୋ : ଟ୍ୱିଟରରେ କିରଣ ବେଦୀ-ନାରାୟଣସ୍ୱାମୀ ମୁହାଁମୁହିଁ । ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ସୃଷ୍ଟି ହୋଇଛି ମୁଖ୍ୟମନ୍ତ୍ରୀ ବନାମ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଏବଂ ଉପରାଜ୍ୟପାଳ କିରଣ ବେଦୀଙ୍କ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଘଂନକୁ ନେଇ ତୁତୁ ମେମେ ହୋଇଛି ।
This time Mr CM you and your accomplices shall pay the penalty for making a mockery of the law. And Directions of the Honbl Supreme Court and the Madras High Court. Enough is enough. You have been obstructing them from carrying out their duties. No More..@PMOIndia@AmitShah@ANIpic.twitter.com/a4hkbH0Nvv
— Kiran Bedi (@thekiranbedi) October 20, 2019
ଏକ ବାଇକ ରାଲିରେ ମୁଖ୍ୟମନ୍ତ୍ରୀ ନାରାୟମସ୍ୱାମୀ ବିନା ହେଲମେଟରେ ଗାଡି ଚଳାଉଥିବା ଫଟୋ କିରଣ ବେଦୀ ଟ୍ୱିଟ୍ କରି ମୋଟର ଯାନ ଆଇନର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ । ଏହାପରେ ନାରାୟଣସ୍ୱାମୀ କିରଣ ବେଦୀଙ୍କ ଦୁଇଟି ପୁରୁଣା ଫଟୋ ଟ୍ୱିଟ୍ କରିଛନ୍ତି । କିରଣ ବସିଥିବା ଦୁଇଟି ଯାକ ଗାଡିର ଚାଳକ ହେଲମେଟ୍ ପିନ୍ଧିନଥିଲେ । ଅନ୍ୟକୁ କହିବା ପୁର୍ବରୁ ନିଜେ ଆଚରଣରେ କରି ଦେଖାଅ ବୋଲି ନାରାୟଣସ୍ୱାମୀ ଟ୍ୱିଟ୍ କରି ଲେଖିଛନ୍ତି ।