ବ୍ରାଜିଲର ଏକ ଜନଜାତିର ଜୀବିତ ଥିବା ଜଣେ ଅନ୍ତିମ ବ୍ୟକ୍ତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ପାଖାପାଖି ୨୨ ବର୍ଷ ହେବ ଘଞ୍ଚ ଜଙ୍ଗଲରେ ଏକା ରହୁଛନ୍ତି । ତାଙ୍କର ଅନ୍ୟ ସାଥୀ ମାନଙ୍କୁ ୧୯୯୦ ଦଶକରେ ହତ୍ୟା କରାଯାଇଥିଲା । ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ସୂଚନା ସାମ୍ନାକୁ ଆସିପାରିନାହିଁ କିନ୍ତୁ ତାଙ୍କ ବୟସ ୫୦ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ଦୂରରୁ ହିଁ ସରକାର ତାଙ୍କୁ ସହାୟତା ଯୋଗାଇ ଦେଇଥାନ୍ତି ।
ଯେତେବେଳେ ଏହି ବ୍ୟକ୍ତିଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ସାହାଯ୍ୟ କରୁଥିବା ଜଣେ ଲୋକଙ୍କୁ ଏହି ବ୍ୟକ୍ତିଜଣଙ୍କ ତୀର ମାରି ଆହତ କରିଦେଇଥିଲେ । ଏହା ପରେ ସୂଚନା ଦାତାଙ୍କ କହିବା ଅନୁଯାୟୀ, ଏହି ବ୍ୟକ୍ତି ବାହାର ଲୋକମାନଙ୍କ ସହ ସାକ୍ଷାତ କରିବାକୁ ଚାହୁଁ ନାହାନ୍ତି । ସୂଚନାଦାତାଙ୍କ କହିବା କଥା, ଏହି ବ୍ୟକ୍ତି ପାଖାପାଖି ୨୨ ବର୍ଷ ଧରି ଜଙ୍ଗଲରେ ଏକା ହିଁ ବସବାସ କରୁଛନ୍ତି । କିନ୍ତୁ ବ୍ରାଜିଲ ସରକାରଙ୍କ ସହ ଯୋଡି ହୋଇଥିବା ଏକ ସଂସ୍ଥା ଦୂରରୁ ହିିଁ ଏହି ବ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ରଖିଛି । ତେବେ ଏହି ବ୍ୟକ୍ତି ବଞ୍ଚିଥିବାର ପ୍ରମାଣ ମେ ମାସରେ ମିଳିଥିଲା । ଏବେ ଭାଇରାଲ ହୋଇଥିବା ଏହି ବ୍ୟକ୍ତିଙ୍କର ଫୁଟେଜ୍ ୨୦୧୧ ମସିହାରେ ରେକର୍ଡ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/tribe_555_072118035707.jpg)
/kanak/media/post_attachments/wp-content/uploads/2018/07/tribe-8_555_072118035707-300x169.jpg)