ଫୁଲ ଚାଷ ବଦଳାଇଦେଲା ଭାଗ୍ୟ : ଫୁଲ ଚାଷ କରିି ଏହି ଇଂଜିନିୟର ବନିଲେ କୋଟିପତି । ପ୍ରଧାନମନ୍ତ୍ରୀ ମୋଦି ବି କରିସାରିଛନ୍ତି ସମ୍ମାନିତ  

216

ପଂଜାବରେ ଋଣ ବୋଝରେ କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ପାରମ୍ପରିକ ଗହମ ଚାଷ ଓ ଧାନର ଚାଷ କରିବା ଦ୍ୱାରା ତାଙ୍କ ବାର୍ଷିକ ଲାଭ ବହୁତ କମିଯାଉଛି । ଯଦ୍ୱାରା ସେମାନେ ବ୍ୟାଙ୍କର କିସ୍ତି ବି ଶୁଝି ପାରୁ ନାହାଁନ୍ତି । ପଂଜାବ ସରକାର କୃଷକଙ୍କୁ ଋଣ ଦେବା ବଦଳରେ ଯଦି ତାଙ୍କୁ ଫୁଲର ଚାଷ କରିବା ପାଇଁ ପ୍ରୋତ୍ସାହିତ କଲେ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିଯାଇପାରେ । କୃଷକ ଫୁଲ ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରିପାରିବେ । ପଂଜାବର ପଟିୟାଲାର ଜଣେ ବ୍ୟକ୍ତି ଇଂଜିନିୟର ଚାକିରୀ ଛାଡି ଦେଶୀ ଓ ବିଦେଶୀ ଫୁଲର ଚାଷ ଆରମ୍ଭ କରି କୋଟିପତି ବନିଯାଇଛନ୍ତି ।

ଗୁରୁପ୍ରୀତ ଶେରଗିଲ ଇଂଜିନିୟର ଚାକିରୀ ଛାଡି ଚାଷ କରିବାକୁ ଭାବିଲେ । ୧୯୯୬ରେ ଇଂଜିନିୟର ଚାକିରୀ ଛାଡି ଗହମ ଓ ଧାନ ଚାଷ କଲେ । ସେଥିରେ ସେ ଲାଭ ହେବାର ଆଶା ରଖିଥିଲେ । କିନ୍ତୁ ଏହି ପାରମ୍ପରିକ ଚାଷରେ ବହୁତ ଲାଭ ମିଳିଲାନି । ସେଥିରୁ ଲାଭ ନମିଳିବାରୁ ୨୦୦୦ ମସିହାରେ ସେ ଫୁଲ ଚାଷ ଆରମ୍ଭ କଲେ । ସେ ଗୋଲାପ, ବିଦେଶୀ ଫୁଲ ଗ୍ଲାଇଡିଓଲ୍ସ, ଗେଣ୍ଡୁର ଚାଷ ଆରମ୍ଭ କଲେ । ସେ ଏବେ ବର୍ଷକୁ ୧.୫କୋଟି ଟଙ୍କାର ବ୍ୟବସାୟ କରନ୍ତି । ବର୍ଷ ୨୦୧୬ରେ ତାଙ୍କୁ ରଚନାତ୍ମକ ଚାଷ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମ୍ମାନିତ କରିସାରିଛନ୍ତି । ପ୍ରତିବର୍ଷ ବିଦେଶୀମାନେ ମଧ୍ୟ ତାଙ୍କ ଚାଷକୁ ଦେଖିବାକୁ ଆସନ୍ତି ।