ଜଣେ ଦେଶଭକ୍ତ, ଦେଶପ୍ରେମରେ ଭୁଲି ଯାଇଛନ୍ତି ଅସହ୍ୟ ଯନ୍ତ୍ରଣା । ପିଠିରେ କରିଛନ୍ତି ୫୭୭ ସହିଦଙ୍କ ନାମରେ ଟାଟୁ

ପିଠିରେ କାରଗିଲରେ ସହିଦ ହୋଇଥିବା ୫୭୭ ଯବାନଙ୍କ ନାମ ସହିତ ୫୮୫ ଟାଟୁ କରିଛନ୍ତି ।

79

ଭଲ ପାଇବାକୁ ଜାହିର କରିବା ପାଇଁ ପ୍ରତ୍ୟେକ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି । ପତ୍ନୀ, ଗାର୍ଲଫ୍ରେଣ୍ଡ, ମା’ କିମ୍ବା ପରିବାରର ନାମ ତ ଅନେକ ଲୋକ ଟାଟୁ କରାଇଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏମିତି ବି ଅଛନ୍ତି, ଯିଏ ଦେଶକୁ ବହୁତ ଭଲ ପାଆନ୍ତି ଓ ଦେଶ ପ୍ରତି ଭକ୍ତିକୁ ଜଣାଇବା ପାଇଁ ନିଜ ପିଠିରେ ସହିଦଙ୍କ ନାମ ଟାଟୁ କରିଛନ୍ତି । ଅଭିଷେକ ଗୌତମ ନାମକ ଏହି ବ୍ୟକ୍ତି ପିଠିରେ କାରଗିଲରେ ସହିଦ ହୋଇଥିବା ୫୭୭ ଯବାନଙ୍କ ନାମ ସହିତ ୫୮୫ ଟାଟୁ କରିଛନ୍ତି । ଏଥିପାଇଁ ସେ ଏକ ସପ୍ତାହ ପର୍ଯ୍ୟନ୍ତ ୬-୬ ଘଣ୍ଟା ଛୁଂଚିରେ ଫୋଡି ହୋଇ ଅସହନୀୟ ଯନ୍ତ୍ରଣାକୁ ସହ୍ୟ କରିଛନ୍ତି ।

ଏହି ବ୍ୟକ୍ତିଙ୍କ ନାଁ ହେଉଛି ଅଭିଷେକ ଏବଂ ସେ ୟୁପିର ହାପୁଡରେ ରହନ୍ତି । ତାଙ୍କର ବୀର ଯବାନଙ୍କ ପାଇଁ ଏତେ ମାତ୍ରାରେ ଭଲ ପାଇବା ରହିଛି ଯେ ସେ ବାଇକ ଚଳାଇ ବହୁ ବହୁ ଦୂର ଯାଇ ଯବାନଙ୍କ ପରିବାରକୁ ମଧ୍ୟ ଭେଟନ୍ତି । ଅଭିଷେକ କହିଛନ୍ତି ଯେ ଆଗରୁ ସେ ସହିଦଙ୍କ ଘର ଖୋଜି ଖୋଜି ଯାଉଥିଲେ ମାତ୍ର ଏବେ ତାଙ୍କୁ ପ୍ରତି ଯବାନଙ୍କ ଘରୁ ନିମନ୍ତ୍ରଣ ଆସୁଛି । ଅଭିଷେକଙ୍କୁ ଏବେ ସ୍କୁଲ କଲେଜ ମଧ୍ୟ ଡକାଯାଉଛି, ଯେଉଁଠି ତାଙ୍କ ଭାଷଣରୁ ଛାତ୍ରଛାତ୍ରୀ ଦେଶଭକ୍ତିର ବାର୍ତ୍ତା ପାଉଛନ୍ତି ।