ନଟଆଉଟର ପ୍ରମାଣ ଦେଲେ ନିଜେ ରୋହିତ । ସେୟାର କଲେ ଫଟୋ, ସୋସିଆଲ ମିଡ଼ିଆରେ ଥାର୍ଡ ଅମ୍ପାୟାରଙ୍କ ଧଜିଆ ଉଡ଼ାଇଲେ ପ୍ରଂଶସକ ।

5,676

କନକ ବ୍ୟୁରୋ : ଗୁରୁବାର ୱେଷ୍ଟଇଣ୍ଡିଜ୍ – ଭାରତ ମୁକାବିଲାରେ ବିବାଦୀୟ ଢଙ୍ଗରେ ଆଉଟ୍ ହୋଇଥିଲେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା । ରୋଚଙ୍କ ବୋଲିଂରେ କଟ୍ ବିହାଇଣ୍ଡ ଘୋଷଣା କରିଥିଲେ ଥାର୍ଡ ଅମ୍ପାୟାର । ତେବେ ଆଜି ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଫଟୋ ପକାଇବା ସେ ନଟ୍ ଆଉଟ୍ ଥିଲେ ବୋଲି ଉଲ୍ଲେଖ କରିଛନ୍ତି ରୋହିତ । ହିଟ୍ ମ୍ୟାନଙ୍କ ଏହି ଟ୍ୱିଟ୍ ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି ।

ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ବେଳେ ରୋହିତ ଶର୍ମାଙ୍କ ଆଉଟକୁ ନେଇ କ୍ରିକେଟ୍ ଫ୍ୟାନ୍ ଯେତିକି ନିରାଶ ଥିଲେ, ତାଠୁ ଅଧିକ ସନ୍ଦିହାନ ଥିଲେ । କାରଣ, ରିଭ୍ୟୁ ନେଲା ବେଳେ ଥାର୍ଡ ଅମ୍ପାୟର ଯେଉଁ ଚିତ୍ର ଦେଖୁଥିଲେ, ଟିଭି ପରଦାରେ ସେହି ସମାନ ଚିତ୍ର ଦର୍ଶକ ଦେଖୁଥିଲେ । ହେଲେ ସମସ୍ତଙ୍କ ଆଖିରେ ଧୂଳି ଦେଲା ଭଳି ନିଷ୍ପତି ଦେଇଥିଲେ ଥାର୍ଡ ଅମ୍ପାୟର ମାଇକେଲ ଗଭ୍ । ରୋହିତଙ୍କୁ ଆଉଟ ଘୋଷଣା କରିଥିଲେ ଓ ଭାରତୀୟ ଶିବିରରେ ନିରାଶ ଖେଳାଇ ଦେଇଥିଲେ । ତେବେ ମ୍ୟାଚ୍ ପରେ ଏହି ରିପ୍ଲେର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରି ରୋହିତଙ୍କୁ ନଟଆଉଟ ବୋଲି ପ୍ରମାଣ ଦେଇଥିଲେ । ଆଉ ଅମ୍ପାୟାର ନିଷ୍ପତିକୁ ଭୁଲ ପ୍ରମାଣିତ କରିଥିଲେ ।

କେବଳ ଭାରତୀୟ ପ୍ରଂଶସକ ନୁହଁନ୍ତି ବରଂ ଖୋଦ୍ ରୋହିତ ଶର୍ମା ମଧ୍ୟ ସୋସିଆଲ ମିଡିଆରେ ଥାର୍ଡ ଅମ୍ପାୟାରଙ୍କ ରିପ୍ଲେ ଫଟୋ ସେୟାର କରିଥିଲେ । ରୋହିତ ଶର୍ମା ନିଜ ଟ୍ୱିଟର ପୋଷ୍ଟ କରିଥିବା ଇଏ ହେଉଛି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚର ଫଟୋ । ମ୍ୟାଚର ଷଷ୍ଠ ଓଭରର ଶେଷ ବଲରେ ଯେତେବେଳେ କଟବିହାଇଣ୍ଡ୍ ହୋଇଥିଲେ ରାହିତ ଶର୍ମା । ଏହି ଫଟୋ ଚିତ୍ରରୁ ସ୍ପଷ୍ଟ ବାରି ହୋଇଯାଉଛି ଯେ, ବ୍ୟାଟରେ ବଲ୍ ହିଁ ବାଜିନି । ଫିଲ୍ଡ ଅମ୍ପିୟାର ନଟ୍ ଆଉଟ୍ ବି ଦେଲେ । ହେଲେ ଯେତେବେଳେ ୱେଷ୍ଟଇଣ୍ଡିଜ୍ ରିଭ୍ୟୁ ପାଇଁ ଅପିଲ୍ କରିଥିଲା ସେତେବେଳେ ଥାର୍ଡ ଅମ୍ପାୟାର ବଦଳାଇ ଦେଇଥିଲେ ନିଷ୍ପତି । ଆଉ ଅମ୍ପାୟାରଙ୍କ ନିଷ୍ପତି ପରେ ନଟ୍ ଆଉଟ୍ ହୋଇଥିଲେ ସୁଦ୍ଧା ପ୍ୟାଭିଲିୟନ୍ ଫେରିଥିଲେ ରୋହିତ ।

ସୋସିଆଲ ମିଡ଼ିଆରେ ରୋହିତ ଶର୍ମାଙ୍କ ପୋଷ୍ଟ ଭାଇରାଲ ହେବା ପରେ ଭାରତୀୟ ପ୍ରଂଶସକ ମାନେ ତୃତୀୟ ଅମ୍ପାୟାରଙ୍କୁ ଟ୍ରୋଲ କରିବାକୁ ପଛାଇ ନାହାନ୍ତି । ଏପରିକି କିଛି ପ୍ରଂଶସକ ଏମିତି କିଛି ମଜାଳିଆ ମିମ୍ସ ସେୟାର କରିଛନ୍ତି ଯେଉଁଥିରେ ବିରାଟ କୋହଲି ଥାର୍ଡ ଅମ୍ପାୟାରଙ୍କ ଘର ଖୋଜୁଥିବାର ଦେଖିବାକୁ ମିଳିଛି । ଆଉ କିଛି ମିମ୍ସରେ ଗାନ୍ଧାରିଙ୍କ ଫଟୋ ସେୟାର କରିବା ସହ ଲେଖିଛନ୍ତି ସେ ବୋଧେ ଗତକାଲି ମ୍ୟାଚର ତୃତୀୟ ଅମ୍ପାୟାର ଦାୟିତ୍ୱ ତୁଲାଉଥିଲେ । ସେହିଭଳି ଅନ୍ୟ ଏକ ପୋଷ୍ଟରେ କବୀର ସିଂ ଫିଲ୍ମର କିଛି ଦୃଶ୍ୟକୁ ରୋହିତ ଶର୍ମା ଓ ତୃତୀୟ ଅମ୍ପାୟାର ଭାବେ ଚିତ୍ରଣ କରାଯାଇ ମଜାଦାର ମିମ୍ସ କରାଯାଇଛି ।