ଯୋଗ କରିବା ସମୟରେ ଯଦି ଏହି ଦିଗ ପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ହୋଇପାରେ କ୍ଷତିକାରକ

98

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ ଏବଂ ଭୁଲ ଖାଦ୍ୟ ପାନୀୟର ଅଭ୍ୟାସ କାରଣରୁ ଆମର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ସ୍ୱାସ୍ଥ୍ୟ ଉପରେ ସଠିକ୍ ଧ୍ୟାନ ନ ରଖିବା କାରଣରୁ ଆମ ଶରୀରରେ ଅବସାଦ, ଥକାପଣ, ଚିଡିବା ଭଳି କେତେକ ରୋଗ ହୁଏ । ଶରୀରରକୁ ଫିଟ୍ ଏବଂ ରୋଗରୁ ମୁକ୍ତ ରଖିବା ପାଇଁ ଯୋଗର ସାହାଯ୍ୟ ନେଉ । ଆପଣ ଜାଣିଛନ୍ତି କି ଯୋଗ ର କିଛି ନିୟମ ଥାଏ । ଯଦି ଯୋଗ କରିବା ସମୟରେ ଆପଣ ଏହି ଦିଗ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ଯୋଗକୁ ନେଇ କିଛି ଜରୁରୀ ନିୟମ ।

• ଯୋଗ କରିବା ପୂର୍ବରୁ ଆପଣଙ୍କୁ ୱାର୍ମଅପ୍ କରିବା ଜରୁରୀ । ସେଥିପାଇଁ ପ୍ରଥମେ ହାଲକା ଫୁଲକା ବ୍ୟାୟାମ କରନ୍ତୁ । ଯେତେବେଳେ ଆପଣଙ୍କ ଶରୀର ନମନୀୟ ହୋଇଯିବ, ସେତେବେଳେ ଯୋଗାସନ କରନ୍ତୁ ।

• ସକାଳେ ଯୋଗ କରନ୍ତୁ ବା ସନ୍ଧ୍ୟାରେ, ଏହି ବିଶେଷ ଦିଗ ପ୍ରତି ଧ୍ୟାନ ରଖନ୍ତୁ କି ସବୁବେଳେ ଯୋଗ ଖାଇବାର ୩ ଘଣ୍ଟା ପରେ କରିବା ଉଚିତ୍ । ଆପଣ ଖାଲି ପେଟରେ ବି ଯୋଗ କରିପାରିବେ ।

• ଏମିତି ନୁହେଁ କି ଆପଣ କୁଆଡେ ବି ଯାଇକି ଯେକୈାଣସି ଆସନ କରିବେ । ସବୁବେଳେ ପ୍ରଶିକ୍ଷକ ଦ୍ୱାରା ବତାଯାଇଥିବା ଅନୁସାରେ ଯୋଗ କରନ୍ତୁ । କାହିଁକିନା ଭୁଲ୍ ଆସନ କରିବା ଦ୍ୱାରା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏମିତି କରିବା ଦ୍ୱାରା ଆପଣଙ୍କ ଅଣ୍ଟା ବିନ୍ଧା, ଆଣ୍ଠୁ ବ୍ୟଥା, ମାଂସପେଶୀ ଟାଣିବା ଆଦି ହୋଇପାରେ ।

• ଯୋଗାସନ କରିବା ପରେ ପରେ ଗାଧାନ୍ତୁନି । ଯେବେ ବି ଯୋଗ କରିବେ ତାହାର ତୁରନ୍ତ ପରେ ଗାଧାନ୍ତୁନି, କାହିଁକିନା କୈାଣସି ବି ବ୍ୟାୟାମ ବା ଅନ୍ୟ ଶାରୀରିକ ଗତିବିଧି ପରେ ଶରୀର ଗରମ ହୋଇଯାଏ । ଏହାପରେ ଗାଧୋଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସେଥିପାଇଁ ଯୋଗ କରିିବାର ଏକ ଘଣ୍ଟା ପରେ ଗାଧାନ୍ତୁ ।

• ଯୋଗାସନ କରିବା ସମୟରେ ନିଜ ପାଖରେ ମୋବାଇଲ ଫୋନ ରଖନ୍ତୁନି । କାହିଁକିନା ଏହି ସମୟରେ ଆପଣଙ୍କ ଧ୍ୟାନ ବିଚ୍ୟୁତ ହେଲେ ଷ୍ଟେପ ଭୁଲ୍ ବି ହୋଇପାରେ ।