ନିତି ଆମ ଶରୀରକୁ ଯାଉଛି ପ୍ଲାଷ୍ଟିକ୍ ! ଜାଣନ୍ତୁ ଏହାର ପ୍ରକୃତ ସତ୍ୟ 

32

ଆପଣ ଏହା ଜାଣନ୍ତି କି , ଆମର ଶରୀର ପ୍ଲାଷ୍ଟିକ୍ ପିଇଥାଏ ? କିନ୍ତୁ ଏହା ନିରାଟ ସତ୍ୟ । ଏ ବିଷୟରେ ଆପଣଙ୍କୁ ଏମିତି ତଥ୍ୟ ପ୍ରଦାନ କରିବୁ , ଯାହା ଆଶ୍ଚର୍ଯ୍ୟ କରିବ । ଆମ ଦୁନିଆଁରେ  ଚାରିଆଡେ କେବଳ ପ୍ଲାଷ୍ଟିକ୍ ହିଁ ପ୍ଲାଷ୍ଟିକ୍ । ଦୁନିଆ ପ୍ଲାଷ୍ଟିକମୟ ହୋଇଗଲାଣି । ଏବଂ ଆମେ ଏଥିରେ ନିଶ୍ୱାସ ନେଉଛେ ।  ଆଜି ପ୍ଲାଷ୍ଟିକର ଉପଯୋଗ ସବୁ ଯାଗାରେ ହେଉଛି । ପ୍ଲାଷ୍ଟିକ୍ ପରିବେଶ ପାଇଁ  ବଡ ସମସ୍ୟା ହୋଇଯାଇଛି ।

ଆପଣଙ୍କର ସୂଚନା ପାଇଁ କହୁଛୁ କି , ପ୍ଲାଷ୍ଟିକର ଆବିଷ୍କାର ୧୮୬୨ମସିହାରେ ଇଂଲଣ୍ଡର ଆଲେକଜାଣ୍ଡର  ପର୍କସ୍ କରିଥିଲେ । ଏହାପରେ ପ୍ଲାଷ୍ଟିକର  ବ୍ୟବହାର ଧିରେ ଧିରେ ବଢିଥିଲା । ଏବଂ ଆଜିର ସମୟରେ ଏହା ଏତେ ବଢିଯାଇଛି ଯେ, ଯଦି ଏହା ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ପ୍ଲାଷ୍ଟିକ୍  ବୋତଲ ରିସାଇକଲ୍ କରିବାରେ ଯେତେ ଶକ୍ତି ବିନିଯୋଗ  ହୁଏ  ଏକ ୬୦W ବଲବ୍ ୬ଘଂଟା ଯାଏ ଜଳାଯାଇପାରେ । ପ୍ଲାଷ୍ଟିକର ଅଧା ବସ୍ତୁ ( ୫୦ ପ୍ରତିଶତ) ଆମେ କେବଳ ଥରେ କାମରେ ଉପଯୋଗ କରି ଫିଙ୍ଗି ଦେଇଥାଉ  । କେବଳ ଏତିକି ନୁହେଁ ପୁରା ଦୁନିଆର ସମୁଦାୟ ୮ ପ୍ରତିଶତ  ଭାଗ କେବଳ ପ୍ଲାଷ୍ଟିକର ଉତ୍ପାଦନରେ ଲାଗିଥାଏ ।

ଆପଣ ବୋଧେ ଏହି କଥା ବି ଜାଣିନଥିବେ କି ପ୍ରତି ବର୍ଷ ପୁରା ବିଶ୍ୱରେ ଏତେ ପ୍ଲାଷ୍ଟିକ୍ ଫିଙ୍ଗା ଯାଇଥାଏ । ଯାହା କି ଏହା ଦ୍ୱାରା ପୁରା ବିଶ୍ୱ  ଚାରି ଘେରା ହୋଇଯିବ । ପ୍ଲାଷ୍ଟିକକୁ କେବଳ  ବିପଦ ପାଇଁ ଜଣା ନୁହେଁ , ଏହା ଖୁବ୍ ଶକ୍ତ ବୋଲି ମଧ୍ୟ ଜଣାଯାଏ  ।  ଏକ ପ୍ଲାଷ୍ଟିକ୍ ବ୍ୟାଗ୍  ନିଜ ଓଜନର ୨୦୦୦ଗୁଣା ଅଧିକ ବୋଝ ଉଠାଇପାରେ ।  ଏକ ମନ୍ଦ କଥା ଏୟା ଯେ ପ୍ରତି ବର୍ଷ ପାଖାପାଖି ୧ଲକ୍ଷ ପଶୁ  ପ୍ଲାଷ୍ଟିକ୍ ବ୍ୟାଗ ଖାଇବା ଯୋଗୁଁ ମୃତ୍ୟୁ ବରଣ କରନ୍ତି । ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର ତ କରାଯାଏ  କିନ୍ତୁ ଏହାକୁ କିପରି ନଷ୍ଟ କରାଯିବ ଏହାର ସମଧାନ ଏବେସୁଦ୍ଧା ବାହାରି ନାହିଁ ।  କୁହାଯାଏ କି ପ୍ଲାଷ୍ଟିକ୍ ବ୍ୟାଗ୍ ନଷ୍ଟ ହେବାରେ ପାଖାପାଖି ୧ହଜାର ବର୍ଷ ଲାଗିବ ।

ମୁଣ୍ଡବଥାର କଥା ଏହା ଯେ , ଭାରତରେ  ପ୍ରତିବର୍ଷ  ପ୍ରତ୍ୟେକ ବ୍ୟକ୍ତି  ଦ୍ୱାରା ପାଖାପାଖି ୯.୭ କିଲୋ ପ୍ଲାଷ୍ଟିକ୍  ଉପଯୋଗ ପାଇଁ ଅଣାଯାଏ । ଯେତେବେଳେ କି ଆମେରିକାରେ ପ୍ରତି ବ୍ୟକ୍ତି ପିଛା ୧୦୯ କିଲୋ । ଏକ ମିଡିଆ ରିପୋର୍ଟ ଅନୁସାରେ , ପୁରା ବିଶ୍ୱରେ କେବଳ ରୱାଣ୍ଡା ହିଁ ଏକ ଏମିତି ଦେଶ ଯେଉଁଠି ପ୍ଲାଷ୍ଟିକ୍ ପୁରାପୁରି ବ୍ୟାନ୍ । ଏହି କଥାରୁ ମଧ୍ୟ ଆପଣ କେବେ ହଟି ଯିବେନି କି , ଯେତେ ପ୍ଲାଷ୍ଟିକ ସମୁଦ୍ରକୁ ଫିଙ୍ଗା ଯାଉଛି କି , ଯାହା ବହୁତ  ହାନିକାରକ ହୋଇପାରେ । ‘ପ୍ଲାଷ୍ଟିକ ୨ ଅଏଲ୍ ’ ଏକମାତ୍ର  ଏମିତି କଂପାନୀ ଯିଏ ପ୍ଲାଷ୍ଟିକ୍ କୁ ପୁଣି ତେଲରେ ବଦଳାଇବାର ଦାବି କରୁଛି ।

ସବୁଠୁ ବଡ କଥା ଏହା ଯେ , ଆମର ଶରୀର  ପ୍ଲାଷ୍ଟିକ୍ କେମିକାଲକୁ ନିଜ ଭିତରକୁ ନେଇଥାଏ । ୬ ବର୍ଷରୁ ଅଧିକ ୯୩ ପ୍ରତିଶତ ଆମେରିକୀୟଙ୍କ ମଧ୍ୟରେ ପ୍ଲାଷ୍ଟିକ୍ କେମିକଲ ଈଚଇ ମିଳିଛି । ଯେଉଁ ସେଲଫୋନ ଆପଣ ବ୍ୟବହାର କରନ୍ତି ଏଥିରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍  ବାସ୍ତବିକ୍ ପ୍ଲାଷ୍ଟିକ୍ ନୁହେଁ ।  ଏ କଥା କମ୍ ଲୋକଙ୍କୁ ଜଣା । ବାସ୍ତବିକ୍  ଏହା ଏକ ପ୍ରକାର ସେଲ୍ୟୁଲୋଜ୍ ହୋଇଥାଏ ।, ଯାହା ଭୂଇଁରେ ପୋତି ଦେଲେ  ୩ମାସରେ ନଷ୍ଟ ହୋଇଯାଏ । ଯେତେବେଳେ ବି ଆମେ ନୂଆ କାର୍  କିଣୁ ତ ଏଥିରେ ଏକ ଅଜବ ପ୍ରକାରର ଗନ୍ଧ ଆସିଥାଏ । , ପ୍ରକୃତରେ ପ୍ଲାଷ୍ଟିକର ପ୍ଲାଷ୍ଟିକିଜେର୍ସ ଅଟେ । ଯାହା ଅଧିକ ମାତ୍ରାରେ ବ୍ୟବହାର କରିବାରେ ଗନ୍ଧ ଛାଡିଥାଏ ।

( ସୌଜନ୍ୟ- ଅମର ଉଜାଲା )