ଆଜିକାଲି ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏହାର ପ୍ରଭାବ ମଣିଷ ଶରୀର ଉପରେ ପଢ଼ୁଛି । ଖାସ୍ କରି କେଶ ଉପରେ ଏହାର ସମସ୍ୟା ଅଧିକ ପଡ଼ୁଛି । ଶୀତଦିନେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଏହି ଦିନେ କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେବେ କେଶ ଝଡ଼ିବା ସମସ୍ୟାକୁ ଗ୍ରୀନ୍ ଟିର ବ୍ୟବହାର କରି କିପରି ରୋକା ଯାଇ ପାରିବ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବ....
୧. ପ୍ରଥମେ ୩-୪ଟି ଗ୍ରୀନ୍ ଟି ବ୍ୟାଗ୍ ନେଇ ୧୦-୧୫ମିନିଟ୍ ଅଧା ଲିଟର ପାଣିରେ ବୁଢ଼ାଇ ରଖନ୍ତୁ । ଏହା ପରେ ସାମ୍ପୋ କରି କେଶକୁ ଭଲ ଭାବରେ ସଫା କରି ସାରିବା ପରେ ଗ୍ରୀନ୍ ଟିର ପାଣିରେ କେଶକୁ ଭଲ ଭାବରେ ଧୁଅନ୍ତୁ । ଏହା ପରେ ସାଧା ପାଣିରେ କେଶକୁ ଧୋଇ ନିଅନ୍ତୁ । ମାସକୁ ୨-୩ଥର ଏପରି କରିବା ଦ୍ୱାରା କେଶରେ ଫରକ ଜାଣି ପାରିବେ ।
୨. ଗ୍ରୀନ୍ ଟି ପାଉଡ଼ର ନେଇ ଏକ ମିଶ୍ରଣ ତିଆରି କରନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫଟାଇ ସେଥିରେ ଗ୍ରୀନ୍ ଟିର ମିଶ୍ରଣ ମିଶାନ୍ତୁ । ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ କେଶରେ ଭଲ ଭାବରେ ମାଲିସ କରନ୍ତୁ । ଗୋଟେ ଘଣ୍ଟା ରଖିବା ପରେ ସଲ୍ଫେଟ୍ ମୁକ୍ତ ସାମ୍ପୋରେ କେଶକୁ ଧୋଇ ନିଅନ୍ତୁ ।
୩. ଗୋଟେ ପାତ୍ରରେ ଗ୍ରୀନ୍ ଟି ତିଆରି କରିବା ସହ ସେଥିରେ ଲେମ୍ବୁର ରସ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣରେ ନଡ଼ିଆ ତେଲ ମିଶାଇ କେଶରେ ଭଲ ଭାବରେ ମାଲିସ କରନ୍ତୁ । ୪-୫ମିନିଟ୍ ମାଲିସ କରିବା ପରେ ଅଧଘଣ୍ଟା ରଖି ଧୋଇ ନିଅନ୍ତୁ । ଫରକ ଜାଣି ପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/d5416d105e51b70fee40.jpg)
/kanak/media/post_attachments/wp-content/uploads/2018/12/Avocado-300x202.jpg)