ଗାଈଙ୍କୁ ବିଷାକ୍ତ ଇଂଜେକ୍ସନ୍ ଦେବା ଘଟଣା ! ପ୍ରଦୀପ ମହାରଥୀ, ଦାମ ରାଉତ ଓ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବିଜେପିର ଏତଲା

36

କନକ ବ୍ୟୁରୋ : ଗୋରୁଗାଈଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦେବା ଘଟଣାରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା । ମନ୍ତ୍ରୀ ପ୍ରଦୀପ ମହାରଥୀ, ଦାମ ରାଉତ ଓ ପଶୁସମ୍ପଦ ସଚିବ ବିଷ୍ଣୁପଦ ସେଠୀଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ବିଜେପି ଉପସଭାପତି ସମୀର ମହାନ୍ତି ଇଞ୍ଜେକସନ୍ ବିଷ କି ନୁହେଁ ତାହା ମନ୍ତ୍ରୀ ଦାମୋଦର ରାଉତ ସ୍ପଷ୍ଟ କରିନ୍ତୁ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, ପଶୁଡାକ୍ତର ହିସାବରେ ତାଙ୍କର ଗଭୀର ଜ୍ଞାନ ଥିବ । ତେଣୁ ଏହାର ତଦନ୍ତ ରିପୋର୍ଟକୁ ଯଥାଶୀଘ୍ର ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି ।

ସେପଟେ ଗାଇଗୋରୁଙ୍କ ବିଷାକ୍ତ ଇଂଜେକ୍ସନ ଦେବା ଘଟଣାରେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । କହିଛନ୍ତି, ନକଲି ସମ୍ବାଦକୁ ନେଇ ବିଜେପି ମୁଖପାତ୍ର ଏଭଳି ଅଭିଯୋଗ ଆଣିବା ନିନ୍ଦନୀୟ । ସେ ଏହା ବି କହିଛନ୍ତି ଯେ, ତାଙ୍କ ଇସ୍ତଫା ମାଗୁଥିବା ବିଜେପି ମୁଖପାତ୍ର ଜାଣିବା କଥା ଯେ, ସେ ଜଣେ ପଶୁ ଡାକ୍ତର, ତାଙ୍କ ସେଭଳି ମାନସିକତା ନାହିଁ ବୋଲି କହିଛନ୍ତି ଡାକ୍ତର ଦାମୋଦର ରାଉତ । ସୋସିଆଲ ମିଡିଆରେ ଅଭିଯୋଗ ଆଣିଥିବା ପ୍ରାଣୀଧନ ନିରୀକ୍ଷକ ନିର୍ଦ୍ଦାରିତ ସମୟ ଭିତରେ କାର୍ଯ୍ୟ ସଠିକ୍ ଭାବେ ତୁଲାଇ ନାହାନ୍ତି, ଏନେଇ ନିର୍ଦେଶକ ତାଙ୍କୁ କୈଫତ ମାଗିବାରୁ ସେ ସରକାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ କରିଛନ୍ତି ।

ଗତ ୭ ତାରିଖରେ ଗାଈଙ୍କୁ ବିଷାକ୍ତ ଇଞ୍ଜେକସନ୍ ଦିଆଯାଇଛି ବୋଲି କହିଥିଲେ ପ୍ରାଣୀଧନ ନିରୀକ୍ଷକ ପବିତ୍ର ମୋହନ୍ । ଗାଈଗୋରୁଙ୍କ ଥେଲେରିଆ ରୋଗ ନିରାକରଣ ପାଇଁ ଏହି ଇଞ୍ଜେକସନ ଦିଆଯାଇଛି ବୋଲି ସେ କହିଥିଲେ । ପୁରୀର ପ୍ରାଣୀଧନ ଚିକିତ୍ସକ ପବିତ୍ର ମୋହନ୍ ନିଜେ ଏହାର ଖୁଲାସା କରି ସୋସିଆଲ୍ ମିଡିଆରେ ଏହାକୁ ଅପଲୋଡ୍ ମଧ୍ୟ କରିଛନ୍ତି । କହିଛନ୍ତି, ଏହି ଘଟଣା ପାଇଁ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଷ୍ଣୁପଦ ସେଠୀ ଦାୟୀ । ସରକାର ଇଂଜେକ୍ସନ ବିକ୍ରି କରିବାକୁ ବାଧ୍ୟ କରିଥିବା ସେ କହିଛନ୍ତି ।

ପବିତ୍ର ମୋହନ୍ ଏହି ଭିଡିଓ ନିଜେ ସୁଟ୍ କରି ସୋସିଆଲ୍ ମିଡିଆରେ ଅପଲୋହ୍ କରି ବଡ ବଡିଆଙ୍କ ପୋଲ୍ ଖୋଲିଦେଇଛନ୍ତି । ଗାଈଙ୍କ ଠାରେ ଦେଖାଯାଇଥିବା ଥେଲେରିଆ ରୋଗର ନିରାକରଣ ପାଇଁ ଭେକସିନ୍ ଆସିଥିଲା । ଆଉ ଏହାକୁ ଜୋରଜବରଦସ୍ତ ଚାଷୀଙ୍କୁ ବିକ୍ରି ପାଇଁ ବାଧ୍ୟ କରାଯାଇଥିଲା । ଏଥିପାଇଁ ଦାୟୀ ହେଉଛନ୍ତି ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ପୂର୍ବତନ ଭେଟନାରୀ ଡାଇରେକ୍ଟର୍ ବିଷ୍ଣୁପଦ ସେଠୀ ଏବଂ ବର୍ତ୍ତମାନର ଡାଇରେକ୍ଟର୍ ।

ଟିକା ଗୁଡିକୁ ଉପଯୁକ୍ତ ବ୍ୟବସ୍ଥାରେ ରଖା ନଯିବାରୁ ସେଗୁଡିକ ବଷାକ୍ତ ପାଲିଟିଗଲା । କିନ୍ତୁ କେହି ଶୁଣିଲେ ନାହିଁ । ବାଧ୍ୟ କଲେ ଗାଈକୁ ଦେବା ପାଇଁ । ଆଉ ଫଳ ସ୍ୱରୂପ ୨୮ରୁ ଅଧିକ ଗାଈଙ୍କ ମୃତ୍ୟୁ ହୋଇଗଲା । ଏସପଂର୍କରେ ବର୍ତ୍ତମାନର କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି ସେ ଏହା ଆଗରୁ ଜାଣିଛନ୍ତିି ଏବଂ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ।

ପ୍ରାଣୀଧନ ନିରୀକ୍ଷକ ପବିତ୍ର ମୋହନ ବେହେରାଙ୍କ ସୋସିଆଲ୍ ମିଡିଆରେ ଏହି ଭିଡିଓ ଆମ ସରକାରୀ ବ୍ୟବସ୍ଥାର ଅସଲ ରୂପକୁ ପଦାରେ ପକାଇ ଦେଇଛି ।