ଚୀନରୁ ଭାରତ ବ୍ୟାପିଲା କୋରାନ ଭାଇରସ୍ । ମୁମ୍ବାଇରେ ୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା । ସ୍ୱତନ୍ତ୍ର ୱାର୍ଡରେ କରାଯାଉଛି ଚିକିତ୍ସା

ସେପଟେ ସାଉଦି ଆରବରେ କାମ କରୁଥିବା କେରଳର ଜଣେ ନର୍ସ ଆକ୍ରାନ୍ତ

347

କନକ ବ୍ୟୁରୋ: କୋରୋନା ଭୁତାଣକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ଏହି ଭୂତାଣୁରେ ସଂକ୍ରମିତ ହୋଇ ଚୀନରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି ଭୂତାଣୁ ଏବେ ଚୀନରୁ ଭାରତକୁ ବ୍ୟାପିଛି । ମୁମ୍ବାଇରେ ୨ ଜଣ କୋରାନ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ସେପଟେ ସାଉଦି ଆରବରେ କାମ କରୁଥିବା କେରଳର ଜଣେ ନର୍ସ ମଧ୍ୟ ଏହି ଆକ୍ରାନ୍ତ ଭୂତାଣୁରେ ଆକ୍ରାନ୍ତ ହୋଇନ୍ତି । ଚୀନ୍ରେ ସ୍ୱାସ୍ଥ୍ୟଜନିତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାସହ ଚୀନରେ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ଆଗକୁ ଛୁଟି ଦିନ ଥିବାରୁ ଅଧିକରୁ ଅଧିକ ଲୋକ ବାହାରେ ବୁଲିଲେ, ଫଳରେ ଏହି ସଂକ୍ରମଣ ବ୍ୟାପିପାରେ ବୋଲି ସତର୍କ କରାଯାଇଛି । ତେଣୁ ଲୋକଙ୍କୁ ସହର ବାହାରକୁ ଯିବା ପାଇଁ ବାରଣ କରାଯାଇଛି । ଏଥିପାଇଁ ଭାରତରେ ମଧ୍ୟ ସତର୍କ ସୂଚନା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ବିମାନ ବନ୍ଦରରେ ଚୀନରୁ ଆସୁଥିବା ପର୍ଯ୍ୟଟକ ଏବଂ ଭାରତୀୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇ ଓ କୋଚିନ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ଚୀନ୍ ଓ ହଂକଂରୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ଯାଂଚ କରାଯାଉଛି । ଏବଂ ଏକ ଫର୍ମ ଜରିଆରେ ଯାତ୍ରୀଙ୍କୁ ନିଜର ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରାଯାଇଛି । ସେପଟେ ସାଉଦୀ ଆରବରେ ଜଣେ ଭାରତୀୟ ନର୍ସ ଏହି କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଖବର ମିଳିଛି । ଆମେରିକାରେ ମଧ୍ୟ କୋରୋନା ଭାଇରସ ସାମ୍ନାକୁ ଆସିଛି ।