ହାଏରେ ଦାରିଦ୍ର୍ୟ…….! ଏହି ଦେଶର ଲୋକେ ଭୋକ ମେଣ୍ଟାଇବା ପାଇଁ ଖାଆନ୍ତି “ମାଟିର ବିସ୍କୁଟ”

153

ଦେଶରେ ପ୍ରତିଦିନ ଅନେକ ଲୋକ ଭୋକରେ ମୃତ୍ୟୁବରଣ କରୁଛନ୍ତି, ତେବେ ଅନ୍ୟପଟେ କିଛିି ଲୋକ ଖାଦ୍ୟକୁ ନଷ୍ଟ କରି ଦେଉଛନ୍ତି । କିଛି ନଭାବି ଆମେ ଖାଦ୍ୟକୁ ଫୋପାଡି ଦେଇଥାଉ । ଆମେ ଏତିକି ମଧ୍ୟ ଭାବିପାରୁନୁ କି, ଏମିତି କିଛି ଦେଶ ରହିଛି, ଯାହା ଦାରିଦ୍ର୍ୟ ସୀମା ରେଖାର ଖୁବ ତଳେ ଅଛି । ଯେଉଁଠି ଲୋକଙ୍କ ଭାଗ୍ୟରେ ଦାନା ମୁଠାଏ ବି ଖାଇବାକୁ ନଥାଏ ।

ଆମେ ଆପଣଙ୍କୁ ଏଭଳି ଏକ ଦେଶ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁଠି ଲୋକମାନେ ଭୋକ ମେଣ୍ଟାଇବା ପାଇଁ କିଛି ଏଭଳି ଜିନିଷ ଖାଇବାକୁ ବାଧ୍ୟ ହେଉଛନ୍ତି କି ଆପଣ ଶୁଣିଲେ ଆଶ୍ୱର୍ଯ୍ୟ ହୋଇଯିବେ । ଅନାହାରରେ ପୀଡିତ ଏହି ଦେଶର ଲୋକେ ସେହି ଭୋକ ମେଣ୍ଟାଇବା ପାଇଁ ମାଟିରେ ତିଆରି ହୋଇଥିବା ବିସ୍କୁଟ ଖାଇବାକୁ ବାଧ୍ୟ ହେଉଛନ୍ତି । ସେ ଦେଶ ହେଉଛି ହୈତୀ । ହୈତୀର ଲକ୍ଷ ଲକ୍ଷ ଲୋକ କୁପୋଷଣର ଶିକାର ହେଉଛନ୍ତି ଏବଂ ଏହା ସହ ପୁଷ୍ଟିକର ଖାଦ୍ୟର ଖର୍ଚ୍ଚ ବି ଉଠାଇ ପାରୁନାହାଁନ୍ତି । ଏଠାରେ ଆପଣଙ୍କୁ କହି ରଖୁଛୁ କି, ହୈତୀ ଦେଶର ଗଣତି ସେହି ଦରିଦ୍ର ଦେଶ ମଧ୍ୟରେ ହୁଏ , ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଦୁଗର୍ନ୍ଧରେ ରହିବା ଓ ମଇଳା ଆବର୍ଜନା ଖାଇବାକୁ ବାଧ୍ୟ ହେଉଛନ୍ତି ।

ତେବେ ଆଜି ମଧ୍ୟ ହୈତୀରେ ତିନି ଲକ୍ଷ ଲୋକଙ୍କ ପାଖରେ ଖାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଭୋଜନ ନାହିଁ । ଭୋକ ଏଠାରେ ସବୁଠାରୁ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଯାହାକି ୧୦ ପ୍ରତିଶତ ହୈତୀବାଦୀ ଦେଶର ମୋଟ ଆୟର ୭୦ ପ୍ରତିଶତ ଭାଗ ରୋଜଗାର କରନ୍ତି, କିନ୍ତୁ ଦୁର୍ଭାଗ୍ୟର କଥା ଏହା କି, ଏକ ବା ଦୁଇ ଡୋଲାରରୁ ବି କମ୍ ଆୟରେ ଜୀବନଯାପନ କରନ୍ତି । ସେଥିପାଇଁ ସେଠାରେ କୁପୋଷଣର ସମସ୍ୟା ସବୁଠାରୁ ଅଧିକ ଓ ଏହି ସମସ୍ୟାରୁ ବଂଚିବା ପାଇଁ ମାଟିର ବନାଯାଇଥିବା ବିସ୍କୁଟ ହିଁ ତାଙ୍କର ଏକମାତ୍ର ରାସ୍ତା । ପୁଷ୍ଟିକର ଆହାର ଯେପରିି ଫଳ, ଦୁଧ, ଦହି, ପନିପରିବା ଏମାନଙ୍କ ପାଇଁ ବିଳାସପୁର୍ଣ୍ଣ ଖାଦ୍ୟ ରୂପେ ବିବେଚିତ ହୁଏ । ଏହି କଠିନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କିଛି ହୈତୀବାସୀ ଲୁଣ, ବନସ୍ପତି ତେଲ ଓ ମାଟିର ମିଶ୍ରଣ ଭଳି ପୁରୁଣା ରେସିପିର ସହାୟତା ନେଇଥାନ୍ତି । ଯାହାକୁ ସେଠିକାର ଲୋକ ବୋନ ବୋନ ଟ୍ୟାରିସ ଅର୍ଥାତ ମାଟିର ବିସ୍କୁଟ କୁହନ୍ତି । ମାଟିରେ ବିସ୍କୁଟ ବନାଉଥିବା ଏକ ମହିଳା ସିଲେନ ଡେନିସ ଏକ ୱଲର୍ଡ ଫୋକସର ଏକ ସାକ୍ଷାତକାରରେ କହିଥିଲେ କି ଯେତେବେଳେ ତାଙ୍କ ପାଖରେ କିଛି ଖାଇବାକୁ ନଥାଏ, ସେତେବେଳେ ମାଟିର ବିସ୍କୁଟ ତାଙ୍କ ଭୋକ ମେଣ୍ଟାଏ ।

ଏଥିରେ ଭିଟାମିନ ଓ କ୍ୟାଲସିୟମ ରହିଛି :

ମହିଳାମାନେ ମାଟି ଓ ପାଣିକୁ ମିଶାଇ ବିସ୍କୁଟ ତିଆରି କରିବା ପରେ ସୂର୍ଯ୍ୟ କିରଣରେ ଶୁଖାଇବା ପାଇଁ ଭୂମିରେ ଢାଳି ଦିଅନ୍ତି । ହୈତୀର କିଛି ଅଂଚଳରେ ଏହାକୁ ବିକ୍ରି ମଧ୍ୟ କରାଯାଏ । ଏହି ମାଟିକୁ ଏକ ସ୍ଥାନରୁ ପାହାଡିଆ ଅଂଚଳକୁ ନେଇ ଯାଆନ୍ତି । ଯେଉଁ ମହିଳାମାନେ ଏହାକୁ ତିଆରି କରନ୍ତିି, ତାଙ୍କ ମତରେ ଏହି ମାଟିର ବିସ୍କୁଟରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଭିଟାମିନ ଥାଏ । ଏହା ବ୍ୟତୀତ ତାଙ୍କ ପାଖରେ କିଛି ଉପାୟ ନଥିବାରୁ ସେମାନେ ଦୁଃଖିତ । ଅନେକ ଲୋକ ଏହାକୁ ଖାଇବାକୁ ଲଜ୍ଜ୍ୟା ଅନୁଭବ କରନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ, ମାଟି ବିସ୍କୁଟ ଶରୀରକୁ ବହୁତ କ୍ଷତି ପହଂଚାଇଥାଏ, ଦାନ୍ତ ଖରାପ ହୁଏ, ମାଟିରେ ବ୍ୟାପୁଥିବା ରୋଗ, କୁପୋଷଣ ଓ ଗମ୍ଭୀର ରୋଗ ବଢ଼ିବାର ସମସ୍ୟା ଥାଏ ।