କନକ ବ୍ୟୁରୋ : ଶବକୁ ଛୁଇଁବା ମନା । ଅନ୍ୟ ଜାତିରେ ଖାଇବା ଯୋଗୁଁ ପରିବାରକୁ ବାସନ୍ଦ । ତା ସହିତ ପରିବାରର ଜଣକ ମୃତ୍ୟୁ ପରେ ବି ମୃତଦେହକୁ ସତ୍କାର ପାଇଁ କେହି ଆସିଲେନି । ନିଜ ମାଆର ମୃତଦେହକୁ ଘୋଷାଡି ଘୋଷାଡି ନେଉଛି ପୁଅ । ଏହିଭଳି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ବୈରାଗୀମଠ ଗାାଁରେ । ଗାଁର ଜଣେ ଯୁବକ ଅନ୍ୟ ଜାତିର ଘରେ ଖାଇବାରୁ ତାଙ୍କ ପରିବାରକୁ ବାସନ୍ଦ କରାଯାଇଛି ।
ଖାଲି ସେତିକି ନୁହେଁ ପରିବାରରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲେ ବି କାନ୍ଧ ଦେବାକୁ କେହି ଆସିଲେନି । ଶେଷରେ ଅସହାୟ ପୁଅ ନିଜ ମାଆର ମୃତଦେହକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଇଛି । ଛୁଆଁ ଅଛୁଆଁ ଭେଦଭାବ ଭିତରେ ହଜିଯାଇଛି ଲୋକଙ୍କ ମାନବିକତା । କିଛି ମାସ ତଳେ ସେହି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ବେଳେ ଗାଁର କୌଣସି ପର୍ବପର୍ବାଣୀରେ ବି ସେମାନଙ୍କୁ ସାମିଲ କରାଯାଉନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/17-11.jpg)