ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରରେ ସାମିଲ ହେଲେ ହିଲାରୀ କ୍ଲିଂଟନ୍ ! ସେପଟେ ଖେଳାଳୀଙ୍କ ଠାରୁ ଆରମ୍ଭ କରି ସାମିଲ ହେଲେ ବଲିଉଡ୍ ତାରକା ।   

ଅମ୍ବାନୀ ପରିବାରରେ ଖୁସିର ମାହୋଲ  । ଆଉ ଏଥିପାଇଁ ରାଜସ୍ଥାନ ଉଦୟପୁରରେ ପହଁଚିବାରେ ଲାଗିଛନ୍ତି ଜଣକପରେ ଜଣେ ସେଲିବ୍ରିଟି  ।

396

ଆରମ୍ଭ ହୋଇଯାଇଛି ଶିଳ୍ପପତିଙ୍କ ଘରେ ବିବାହ ଫଙ୍କସନ । ଏହି ପ୍ରି ୱେଡ଼ିଂଗ ଫଙ୍କସନ ସମସ୍ତ କାର୍ଯ୍ୟ ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମୁକେଶ ଅମ୍ବାନୀ ଗରିବ ଲୋକଙ୍କ ପାଇଁ ଅନ୍ନସେବା କାର୍ଯ୍ୟକ୍ରମ କରିଛନ୍ତି । ଏହି ଅନ୍ନସେବା କାର୍ଯ୍ୟକ୍ରମ ୫୧ ଶହ ଗରିବ ଲୋକ ଖାଇଥିବା ସୂଚନା ରହିଛି ।

ଏଥିପାଇଁ ରାଜସ୍ଥାନ ଉଦୟପୁରରେ ପହଁଚିବାରେ ଲାଗିଛନ୍ତି ଜଣକପରେ ଜଣେ ସେଲିବ୍ରିଟି  । ଈଶା ଅମ୍ବାନୀଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଲ୍ ଓ ହିଲାରୀ କ୍ଲିଂଟନ୍, ସୁନିଲ ମିତଲ, ମହିନ୍ଦର ସିଂ ଧୋନିଙ୍କ ପରି ଅନେକ ପରିଚିତ ବ୍ୟକ୍ତିତ୍ୱ ଉଦୟପୁର ପହଁଚିଛନ୍ତି  ।

ସୂଚନା ଅନୁଯାୟୀ, ଇଶା ଅମ୍ବାନୀଙ୍କ ଏହି ବାହାଘର ଉତ୍ସବ ବେଶ୍ ଧୁମଧାମରେ ପାଳନ ହୋଇଥିବା ବେଳେ ଇଶାଙ୍କ ବିବାହ ଡିସେମ୍ବର ୧୨ ତାରିଖରେ ମୁମ୍ବାଇରେ ହେବ ବୋଲି ସୂଚନାରୁ ଜଣା ପଡିଛି । ଏଥିସହିତ ଆଜି ଇଶାଙ୍କ ଏହି ବାହାଘର କାର୍ଯ୍ୟକ୍ରମରେ ମହା ରାଣା ପ୍ରତାପ ଏୟାରପୋର୍ଟରେ ୪୦ଟି ଚାଟାର୍ଡ ପ୍ଲେନ୍ ପହଁଚିଥିବା ଜଣାପଡ଼ିଛି  । ଏହା ପୂର୍ବରୁ ମୁକେଶ ଅମ୍ବାନୀ ଗରିବ ଲୋକଙ୍କ ପାଇଁ ଅନ୍ନସେବା କାର୍ଯ୍ୟକ୍ରମ କରିଛନ୍ତି । ଅନ୍ନସେବା କାର୍ଯ୍ୟକ୍ରମରେ ୫୧ ଶହ ଗରିବ ଲୋକଙ୍କୁ ଖାଦ୍ୟ ପରସିଛନ୍ତି ପରିବାର  । କେବଳ ସେତିକି ନୁହେଁ ଇଶାଙ୍କ ଏହି ବିବାହ ଉତ୍ସବରେ ବଲିଉଡର ବଡ ବଡ ତାରକାମାନେ ମଧ୍ୟ ଯୋଗ ଦେଇଛନ୍ତି । ଯେପରିକି, ଅନିଲ କାପୁର, ସୋନମ କାପୁର, ଅମିରଖାନ, ପ୍ରିୟଙ୍କା ଚୋପ୍ରା ଏବଂ ଅଭିଶେକ ବଚନଙ୍କ ସମେତ ଆଉ ମଧ୍ୟ ଅନେକ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ ।