ଆତଙ୍କ ପାଇଁ ମହିଳାମାନଙ୍କୁ ଅସ୍ତ୍ର କରିବ ଆତଙ୍କବାଦୀ ସଂଗଠନ ! ଅଡିଓ ଟେପ ଜାରି କଲା ଜୈସ-ଏ-ମହମ୍ମଦ ।

36

ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସରଗନା ମସୁଦ ଅଜହର ମହିଳାମାନଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରିବା ପାଇଁ ଷଡଯନ୍ତ୍ର ରଚୁଥିବା ଜଣାପଡିଛି । ମୌଲାନା ମୌସୁଦ ଅଜହର ଆତଙ୍କ ଖେଳାଇବା ପାଇଁ ମହିଳାମାନଙ୍କର ଏକ ଫୌଜ ପ୍ରସ୍ତୁତ କରିବାକୁ ଚାହୁଁଛି । ଏବଂ ଏଥିପାଇଁ ମହିଳାମାନଙ୍କୁ ଉସୁକାଉଥିବା ଜଣାପଡିଛି । ମସୁଦ ଅଜହର ନିଜର ଅନଲାଇନ ପତ୍ରିକା ‘ଅଲକଲାମ’ ଜରିଆରେ ଏ ସମ୍ବନ୍ଧରେ ଏକ ଅଡିଓ ଜାରି କରିଛି ।

ମସୁଦ ଅଜହରର ସନ୍ଦେଶ ରୂପରେ ଜାରି କରାଯାଇଥିବା ଏହି ଅଡିଓ କ୍ଲିପରେ ଦାବି କରାଯାଇଛି ଯେ, ଇସଲାମ ଇତିହାସରେ ଏମିତି ଥର ହୋଇଛି, ମହିଳାମାନେ ଜିହାଦରେ ଭାଗିଦାରୀ ହୋଇଛନ୍ତି । ଜୈସ-ଏ-ମହମ୍ମଦ ଏବେ ଜାମ୍ମୁ କାଶ୍ମୀରରେ ଆତଙ୍କୀ ଗତିବିଧିରେ ସକ୍ରିୟ ରହିଛି । ତେବେ ମସୁଦ ଅଜହର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ସଂସ୍ଥାପକ ଅଟନ୍ତି ।

ଏହା ପୂର୍ବରୁ ମଧ୍ୟ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଜାମ୍ମୁ କାଶ୍ମୀରରେ ରମଜାନ ସମୟରେ ଲାଗୁ ହୋିଥିବା ସିଜଫାୟରକୁ ଭାରତ ସରକାରଙ୍କ ଦୁର୍ବଳତା କହିବା ସହ ଏହାର ମଜା ମଧ୍ୟ ଉଡାଇଥିଲା । ମୌଲାନା ମସୁଦ ଅଜହର ଏକ ଜନସଭାକୁ ସମ୍ବୋଧିତ କରିବା ସହ କହିଥିଲେ ଯେ, ଭାରତ ସରକାର ନିଜ ଦୁର୍ବଳତାକୁ ପଦାରେ ପକାଉଛନ୍ତି । ଏବଂ ଏକ କ୍ଲିପରେ ସେ ଏହା ମଧ୍ୟ କହିଥିଲେ ଯେ, ଏବେ ଜାମ୍ମୁ କାଶ୍ମୀରରେ ଜୈସ-ଏ-ମହମ୍ମଦର ଆତଙ୍କୀ ସଂଗଠନର ଆଡ୍ଡା ବନାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।