କନକ ବ୍ୟୁରୋ: ମଦବେପାରୀକୁ ଛାଡି ଦେବାରୁ ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ । ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଷ୍ପଙ୍ଗି ଗାଁରେ ଗତରାତିରେ ଘଟଣାଟି ଘଟିଥିଲା । ଗାଁରେ ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ କରିବା ଓ ମଦ ବେପାରୀକୁ ଗିରଫ କରିବାକୁ ଦୀର୍ଘ ଦିନ ହେବ ମହିଳାମାନେ ଦାବି କରି ଆସୁଥିଲେ ।
ସେହି ଅନୁସାରେ ରବିବାର ୪ଜଣ ମଦ ବେପାରୀଙ୍କୁ ଉଠାଇ ଆଣି ତିନି ଜଣଙ୍କୁ ଗିରଫ କରିଥିଲେ ହେଲେ ଜଣଙ୍କୁ ଛାଡିଦେଇଥିଲା ଗୁରୁଡିଝାଡିଆ ପୋଲିସ୍ । ଆଉ ତାପରେ ପୋଲିସ ଛାଡି ଦେଇଥିବା ବେପାରୀ ଜଣଙ୍କ ଗାଁରେ ପୁନର୍ବାର ମଦ ବିକ୍ରି କରିବା ସହ , ଲୋକଙ୍କୁ ଗାଳିଗୁଲଜ କରିଥିଲା । ଏଥିପାଇଁ ଗାାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସମାଧାନ କରିବାକୁ ଗାଁରେ ପହଁଚିଥିଲା ପୋଲିସ୍ ଆଉ ଏତିକିବେଳେ ଉତ୍ତେଜିତ ମହିଳାମାନେ ପୋଲିସକୁ ଘେରାଉ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/MADA.jpg)
/kanak/media/post_attachments/wp-content/uploads/2020/02/3-7.png)