/kanak/media/post_attachments/wp-content/uploads/2018/04/summer-main1.jpg)
ଅପରପକ୍ଷେ ପାଣିପାଗ ବିଭାଗ କହୁଛି କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଏବଂ ଭାରତ ମହାସାଗର ଉପରେ ଏକ ଲଘୁଚାପ ଦାନା ବାନ୍ଧୁଛି। ଯାହା ଗୁରୁବାର ଲଘୁଚାପର ରୂପ ନେବ। ଏହା ୩୬ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ତାମିଲନାଡ଼ୁ ଉପକୂଳ ଏବଂ ଶ୍ରୀଲଙ୍କାର ପୂର୍ବଦିଗରେ ଗତି କରିବ। ଏହା ପ୍ରଭାବରେ ତାମିଲନାଡ଼ୁ ସମେତ ଦକ୍ଷିଣ ଭାରତର କେତେକ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ଓଡ଼ିଶା ଉପରେ ଏବେ ଏହାର କିଛି ପ୍ରଭାବ ପଡ଼ିବନି। କିନ୍ତୁ ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗର ଏବଂ ଭାରତ ମହାସାଗରରେ ଜୋରରେ ପବନ ବହିବ। ୨୮ ତାରିଖବେଳକୁ ଏହା ଘଣ୍ଟା ପ୍ରତି ୮୫ରୁ ୯୦କିମି ବେଗରେ ପବନ ବହିବ। ତେଣୁ ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପାଣିପାଗ ଏହାସହ ପୂର୍ବାନୁମାନ କରିଛି ଯେ, ଦିନବେଳା ଟାଣ ଖରା ହେଲେ ବି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷାପବନ ହେବାର ସମ୍ଭାବନା କମ୍। ୨୫ତାରିଖକୁ ଛାଡ଼ିଦେଲେ ଆସନ୍ତା ୨୯ତାରିଖ