କନକ ବ୍ୟୁରୋ : କେସିଆରଙ୍କୁ ସମାଲୋଚନା କଲେ ଶାହା । କାର୍ଯ୍ୟକାଳ ଶେଷ ପୂର୍ବରୁ ବିଧାନସଭା ଭାଙ୍ଗି ଥିବାରୁ ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ହାଇଦ୍ରାବାଦରେ ପ୍ରେସମିଟ୍ କରି ଶାହା କହିଛନ୍ତି ଯେ ରାଜ୍ୟବାସୀଙ୍କ ଉପରେ ଅଯଥା ନିର୍ବାଚନ ଖର୍ଚ୍ଚର ବୋଝ ପକାଇଛନ୍ତି କେସିଆର । ପୂର୍ବରୁ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କୁ ସମର୍ଥନ କରୁଥିଲେ ଟିଆରଏସ ମୁଖ୍ୟ । କିନ୍ତୁ ଏବେ ତାଙ୍କ ଦଳର ନୀତି ବଦଳି ଯାଇଛି । ଏକ ଛୋଟ ରାଜ୍ୟ ଉପରେ ଅଯଥା ନିର୍ବାଚନର ବୋଝ ଲଦି ଦେଇଛନ୍ତି କେସିଆର । ବିଧାନସଭା ଓ ଲୋକସଭା ଭଳି ଦୁଇ ଦୁଇଟି ନିର୍ବାଚନର ବୋଝ ତେଲେଙ୍ଗାନା ବାସୀଙ୍କ ଉପରେ ଲଦିଛନ୍ତି କେସିଆର । କାହିଁକି ରାଜ୍ୟବାସୀଙ୍କ ଉପରେ ଏତେ ବୋଝ ଲଦିଛନ୍ତି ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଶାହା । ଏହା ସହ ତେଲେଙ୍ଗାନାରେ ସବୁ ଆସନରେ ବିଜେପି ପ୍ରାର୍ଥୀ ଦେବ ବୋଲି ମଧ୍ୟ ଏହି ଅବସରରେ ସୂଚନା ଦେଇଛନ୍ତି ବିଜେପି ସଭାପତି ।
ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କଲେ ଅମିତ ଶାହା! କହିଲେ, ରାଜ୍ୟବାସୀଙ୍କ ଉପରେ ଅଯଥା ନିର୍ବାଚନର ଖର୍ଚ୍ଚ ପକାଇଲେ କେସିଆର ।

Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)