ରେଳରେ ଯାତ୍ରା କରୁଛନ୍ତି କି? ତେବେ ଜାଣିରଖନ୍ତୁ ଆପଣ ବି ପାଇପାରିବେ ୫୦ ରୁ ୧୦୦ ପ୍ରତିଶତ ରିହାତି । ଜାଣନ୍ତୁ କିପରି ପାଇବେ?

56

କନକ ବ୍ୟୁରୋ : ଆପଣ କଣ ପ୍ରତ୍ୟେକ ଦିନ ଟ୍ରେନରେ ଯାତ୍ରା କରୁଛନ୍ତି କି? କେବଳ ଏତିକି ନୁହେଁ ବରଂ ଲମ୍ବାଯାତ୍ରା କରୁଛନ୍ତି କି? ଯଦି ହିଁ ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । ତେବେ ଆପଣ ନିଜ ଟିକେଟର ପ୍ରାୟ ୧୦ ରୁ ୧୦୦ ପ୍ରତିୁଶତ ପର୍ଯ୍ୟନ୍ତ ସେଭିଂ କରିପାରିବେ । ତେବେ ରେଳ ମନ୍ତ୍ରଣାଳୟ ଦିବ୍ୟାଙ୍ଗ, ସିନିୟର ସିଟିଜେନ,ୱାର ୱନିଡୋ, ଛାତ୍ରଛାତ୍ରୀ, ଚାଷୀ ଆଦି ଅନେକ ଲୋକମାନଙ୍କୁ ବିଭିନ୍ନ ପ୍ରକାର ରିହାତି ଦେଉଛି ।

 

ଯଦି ଆପଣମାନେ ଏପରି ଭାବରେ କୈାଣସି ପ୍ରକାରର ଦାବୀଦାର ଅଛନ୍ତି । ତେବେ ଆପଣ ମଧ୍ୟ ଏହି ଅଫର ପାଇପାରିବେ । ଏହାସହ ଜାଣନ୍ତୁ କେଉଁଥିରେ କେତେ ପରିମାଣରେ ରିହାତି ମିଳୁଛି । ମିଳିଥିବା ସୂଚନା ଅନୁସାରେ ରେଳଯାତ୍ରୀମାନେ ଏତେ ପରିମାଣରେ କିପରି ଭାବରେ ରିହାତି ପାଉଛନ୍ତି? କେବଳ ଏତିକି ନୁହେଁ ଏସି/ଏସଟି ମାନଙ୍କୁ ମଧ୍ୟ ଅନେକ ପ୍ରକାରର ରିହାତି ମିଳୁଛି । ତେବେ ଛାତ୍ରମାନଙ୍କୁ କେବଳ ସେକେଣ୍ଡ ଓ ସ୍ଲିପର କ୍ଲାସରେ ଏପରି ସୁବିଧା ମିଳିବ ।

 

ଗୁୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତରେ ଯଦି କୈାଣସି ବିଦେଶ ଛାତ୍ରମାନେ ପାଠ ପଢୁଛନ୍ତି ତେବେ ଏହି ସୁବିଧା ସେମାନଙ୍କୁ ମଧ୍ୟ ମିଳିବ ବୋଲି ଜଣାପଡିଛି । ଯଦି କୈାଣସି ଛାତ୍ର ସଂସ୍କତି, ଐତିହାସିକ ଯାତ୍ରାରେ ଯାଉଥିବେ ତେବେ ସେମାନଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ ବୋଲି ସୂଚନା ମିଳିଛି । ବିଦ୍ୟଳୟରେ ପାଠ ପଢୁୁଥିବା ଛାତ୍ରଛାତ୍ରୀମାନେ ରେଳରେ ଯାତ୍ରାକଲେ ସେମାନେ ମଧ୍ୟ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତିର ସୁବିଧା ପାଇପାରିବେ । ଏହାସହ କୈାଣସି ଛାତ୍ର ଜାତୀୟ ସ୍ତରରେ ମେଡିକାଲ କିମ୍ବା ଇଂଜିନିୟରିଂରେ ପାଠପଢୁଛନ୍ତି ତେବେ ସେମାନଙ୍କୁ ମଧ୍ୟ ଏପରି ସ୍ପେଶାଲ ସୁବିଧା ମିଳିବ ବୋଲି ଜଣାପଡିଛି ।

 

କେବଳ ରିହାତିରେ ଏତିକିରେ ସୀମିତ ହୋଇ ରହିନାହିଁ ଯଦି କୈାଣସି ପିଲା ରିସର୍ଚ୍ଚ କରିବା ପାଇଁ କେଉଁଆଡେ ରେଳରେ ଯାତ୍ରା କରୁଛନ୍ତି ଆଉ ତାଙ୍କ ବୟସ ୩୫ ବର୍ଷ ମଧ୍ୟରେ ହୋଇଥିବା । ତେବେ ତାଙ୍କୁ ମଧ୍ୟ ଏପରି ରିହାତି ମିଳିବ । ଏହାସହ କୈାଣସି ଛାତ୍ର ଜାତୀୟସ୍ତରରେ ହେଉଥିଲା ୟୁପିଏସି ଲିଖିତ ପରୀକ୍ଷାରେ ଯୋଗ ଦେବା ପାଇଁ ଯାଉଛନ୍ତି ତେବେ ତାଙ୍କୁ ୫୦ ପ୍ରତିଶତ ରିହାତି ମିଳିବ ବୋଲି ଜଣାପଡିଛି । ତେବେ ମନ୍ତ୍ରଣାଳୟର କହିବା ଅନୁସାରେ ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ଏପରି ରିହାତିର ବ୍ୟବସ୍ଥା କରିବା ପାଇଂ ନିଷ୍ପତ୍ତି ନିଆଯାଇଛି । ଏହାସହ ସମସ୍ତ ଯାତ୍ରୀମାନେ ଏହାର ଲାଭ ଉଠାଇବାପାଇଁ ମଧ୍ୟ କୁହାଯାଇଛି ।