ସରିଲା ପ୍ରଥମ ପର୍ଯ୍ୟାୟ ଅପରେସନ : ଜଙ୍ଗଲରୁ ବାଘ ନପାଇ ଫେରିଲେ ଓୟୁଏଟି ଓ ନନ୍ଦନକାନନର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ

ଡିଏଫଓ କହିଲେ, ଦ୍ୱିତୀୟ ପର୍ଯ୍ୟାୟ ଅପରସେନ ନେଇ କରାଯିବ ଚିନ୍ତା

100

କନକ ବ୍ୟୁରୋ: ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ନେଇ ଚିନ୍ତା କରାଯିବ ବୋଲି ଡିଏଫଓ କହିଛନ୍ତି ।ବାଘ ଧରିବାକୁ ନନ୍ଦନକାନନରୁ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ ଅଛନ୍ତି ।

ଗତକାଲି ଭୁବନେଶ୍ୱର ପଳାସପଲ୍ଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଂଚଳର ଲୋକ ଆତଙ୍କିତ ହୋଇପଡିଛନ୍ତି । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବାର ଅନୁମାନ କରାଯାଉଛି । ରାତି ୪ଟାରେ ବାଘଟିକୁ ସିଆଇଏସଏଫ ଯବାନ ଦେଖିଥିବା କହିଛନ୍ତି ।

 

ରାତି ସାରା ସେହି ଅଂଚଳରେ ପାଟ୍ରୋଲିଂ କରିଛି ବନ ବିଭାଗର ଟିମ୍ । ସ୍ଥାନୀୟ ଅଂଚଳର ଲୋକମାନେ ମଧ୍ୟ ରାତିସାରା ଅନିଦ୍ରା ରହି ବାଘ ଖୋଜିଛନ୍ତି । ବନ ବିଭାଗର ୩ଟି ଟିମ୍ ଓ ନନ୍ଦନକାନନର ଗୋଟିଏ ଟିମ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।