କଳିଙ୍ଗ ଷ୍ଟାଡିୟମରେ କମାଲ କଲା ଭାରତ, ହୋମଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ମାତ୍ ଦେଇ ହାତେଇଲା ଫାଇନାଲ ଟ୍ରଫି ।

233

କନକ ବ୍ୟୁରୋ : ଏଫଆଇଏଚ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରରେ ଚାମ୍ପିୟନ ହେଲା ଭାରତ । ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ମାତ୍ ଦେଇ ଇତିହାସ ରଚିଲା ଟିମ୍ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ ସିରିଜ ଫାଇନାଲରେ ଦମଦାର ପ୍ରଦର୍ଶନ ସହ ଟାଇଟଲ ହାତେଇଛି ଭାରତ ।

ଫାଇନାଲରେ ବରୁଣ କୁମାର ଓ ହରମନପ୍ରୀତ ସିଂ ୨ଟି ଲେଖାଏଁ ଗୋଲ ଦେଇଥିବା ବେଳେ ବିବେକ ପ୍ରସାଦ ଗୋଟିଏ ଗୋଲ ଦେଇଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଚାର୍ଡ କେବଳ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା । ହୋମଗ୍ରାଉଣ୍ଡରେ ଏହି ବିଜୟ ସହ ଟୋକିଓ ଅଲମ୍ପିକ ଟିକେଟ ହାତେଇଛି ଭାରତ । ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବା ସହ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ ।