କନକ ବ୍ୟୁରୋ : ମୁମ୍ବାଇରେ ଉନ୍ମୋଚିତ ହେଲା ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ହକିର ଜର୍ସି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ସହ ବହୁ ତାରକା ଉପସ୍ଥିତ ଥିଲେ । ନଭେମ୍ବର ୨୮ରୁ ଆରମ୍ଭ ହେଉଛି ବିଶ୍ୱକପ ହକି । ଏହି ମେଗା ଇଭେଂଟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର, ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଦେଶର ୧୬ଟି ସହରରେ ବିଶ୍ୱକପ ହକିର ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଦେଶର କୋଣ ଅନୁକୋଣରେ ହକିକୁ ନିଜର ଭଲ ପାଇବା ଓ ସମର୍ଥନ ଦେବା ପାଇଁ ସବୁ ଭାରତୀୟଙ୍କୁ ଅନୁପ୍ରାଣିତ କରୁ ବୋଲି ଓଡ଼ିଶା ସରକାର ପ୍ରୟାସ ଚଳାଇଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/1-2.jpg)
/kanak/media/post_attachments/wp-content/uploads/2018/09/DmfE0efW0AE_wJ1-300x172.jpg)