କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ! କାନାଡା ବିପକ୍ଷରେ ଭାରତର ଗୋଲ୍ ବର୍ଷା, ୫-୧ ଗୋଲରେ ଜିତି କ୍ୱାର୍ଟର ଫାଇନାଲରେ ଟିମ୍ ଇଣ୍ଡିଆ ।

691

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଜଲୱା । ପୁଲ ‘ସି’ର ଅନ୍ତିମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । କାନାଡା ବିପକ୍ଷରେ ଦଳ ୫-୧ ଗୋଲ୍ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ୨୦୧୮ ହକି ବିଶ୍ୱକପରେ ଭାରତ କ୍ୱାର୍ଟର ଫାଇନାଲ ପାଇଁ ଟିକେଟ୍ ହାସଲ କରିଛି ।

ଶନିବାର ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ପ୍ରଥମ କ୍ୱାର୍ଟରରେ ହିଁ ଭାରତ କାନାଡାକୁ ଏକ ଗୋଲ ଦେଇଥିଲା । ପେନାଲଟି କର୍ନରରେ ହରମନପ୍ରିତ୍ ସିଂହ ଏହି ଗୋଲ ଦେଇଥିଲେ । ଏହା ପରେ କାନାଡା ଭାରତକୁ ଏକ ଗୋଲ ଦେବା ପରେ ମ୍ୟାଚ ବରାବର ହୋଇଥିଲା । ତେବେ ତୃତୀୟ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ବରାବର ସ୍ଥାତିରେ ରହିଥିଲେ ଭାରତ ଓ କାନାଡା । କିନ୍ତୁ ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଢଙ୍ଗୀରେ ଖେଳ ଆରମ୍ଭ କରିଥିଲା ଭାରତ । ଚତୁର୍ଥ କ୍ୱାଟରରେ ଭାରତ ମୋଟ୍ ୪ଟି ଗୋଲ ଦେବା ସହ ମ୍ୟାଚକୁ ୫-୧ ଗୋଲରେ ବାତେଇ ନେଇଥିଲା ।

କଳିଙ୍ଗ ଷ୍ଟାଡିୟମରେ ଚମକିଥିଲେ ଓଡିଆ ଖେଳାଳୀ ଅମିତ ରୋହିଦାସ୍ । ଦଳ ପକ୍ଷରୁ କାନାଡା ଚତୁର୍ଥ ଗୋଲ ଦେଇଥିଲେ ଅମିତ୍ । ଅମିତ ଗୋଲ୍ ଦେବା କ୍ଷଣି କମ୍ପି ଉଠିଥିଲା କଳିଙ୍ଗ ଷ୍ଟାଡିୟମ୍ । ତେବେ ଇଣ୍ଡିଆ ପକ୍ଷରୁ ଲଳିତ୍ ଉପାଧ୍ୟାୟ ସର୍ବାଧିକ ଦୁଇଟି ଗୋଲ୍ ଦେଇଛନ୍ତି । ଏହି ବିଜୟ ସହ ଭାରତ ହକି ବିଶ୍ୱକପ ୨୦୧୮ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।