ସଂକଟରେ ଟିମ୍ ଇଣ୍ଡିଆ ! ଜିତିବାକୁ ୪୬୪ ରନର ବିଶାଳ ଟାର୍ଗେଟ ଦେଇଛି ଇଂଲଣ୍ଡ ।

33

କନକ ବ୍ୟୁରୋ : ପଂଚମ ଟେଷ୍ଟରେ ସଙ୍କଟରେ ଟିମ୍ ଇଣ୍ଡିଆ । ଇଂଲଣ୍ଡର ସାଉଥମ୍ପଟନରେ ଚାଲିଥିବା ଶେଷ ଟେଷ୍ଟରେ ଭାରତ ପରାସ୍ତ ହେବାର ଆଶଙ୍କା ଦେଖା ଦେଇଛି । ୪୬୪ ରନ୍ର ବିଶାଳ ଟାର୍ଗେଟ୍କୁ ନେଇ ବ୍ୟାଟିଂ କରୁଥିବା ଭାରତ ପୁଣି ଥରେ ବିପର୍ଯ୍ୟୟର ଶିକାର ହୋଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ମାତ୍ର ୫୮ ରନ୍ କରିବାରେ ସକ୍ଷମ ହୋଇଛି ବିରାଟ ବାହିନୀ । ହାତରେ ୭ ୱିକେଟ୍ ବାକି ଥାଇ ବିଜୟ ପାଇଁ ଆଉ ୪୦୬ ରନ୍ ଆବଶ୍ୟକ କରୁଛି ଟିମ୍ ଇଣ୍ଡିଆ ।

ପ୍ରଥମ ପାଳିରେ ବ୍ୟାକ୍ଫୁଟରେ ଥିବା ଭାରତୀୟ ଦଳକୁ ୪୬୪ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା ଘରୋଇ ଦଳ । ଫଳରେ ଆଶଙ୍କାରେ ପଡିଛି କୋହଲି ବାହିନୀ । ଆଲିଷ୍ଟର କୁକ୍ଙ୍କ ୧୪୭ ରନ୍ ଓ ଜୋ ରୁଟଙ୍କ ୧୨୫ ରନ୍ ସହାୟତାରେ ଇଂଲଣ୍ଡ ୪୬୪ ରନର ଲକ୍ଷ୍ୟ ଦେବା ପରେ ଭାରତୀୟ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତେଣୁ ଶେଷ ଟେଷ୍ଟକୁ ଜିତି ସମ୍ମାନର ସହ ଗସ୍ତ ଶେଷ କରିବାର ଆଶା ମଉଳି ଯିବାର ଆଶଙ୍କା ବଢ଼ିଛି ।